Mon. Mar 10th, 2025

ହାତଗୋଡ଼ ବାନ୍ଧି ନାବାଳିକାକୁ ଦୁଷ୍କର୍ମ, ନିଜ ଘରେ ଶାରୀରିକ ସମ୍ପର୍କ ରଖୁଥିଲା ଯୁବକ

By amfnews Dec 5, 2019 #Featured
104 Views

ଧାମନଗର/ଅସୁରାଳି : ପ୍ରଥମେ ପ୍ରେମ ନିବେଦନ, ତା ପରେ ବଳ ପ୍ରୟୋଗ। ଘର ଭିତରେ ହାତଗୋଡ଼ ବାନ୍ଧି ବାଳିକାକୁ ଦୁଷ୍କର୍ମ ସହ ମୋବାଇଲରେ ଚିତ୍ର ଉତ୍ତୋଳନ। ଖାଲି ସେତିକି ନୁହେଁ, ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଇ ଏକାଧିକ ଥର ବାଳିକାକୁ ନିଜ ଘରକୁ ଉଠାଇ ଆଣି ଦୁଷ୍କର୍ମ କରିଛି ଅଭିଯୁକ୍ତ। ପ୍ରତିବାଦ କରିବାରୁ ପୀଡ଼ିତାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ ବି ହୋଇଛି। ଅଭିଯୁକ୍ତର ଭୟଙ୍କର ପାଶବିକତା ଓ ଉତ୍ପୀଡ଼ନରେ ଭୟଭୀତ ହୋଇ ଗାଁ ଛାଡ଼ିଛନ୍ତି ପୀଡ଼ିତାଙ୍କ ପରିବାର। ଏଭଳି ଛାତିଥରା ଘଟଣା ସାମନାକୁ ଆସିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଏକ ଗାଁରୁ। ତେବେ ଅଭିଯୋଗ ପାଇବା ପରେ ପୁଲିସ ତତ୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ସହିତ ୩ ଜଣଙ୍କୁ ଥାନାକୁ ଉଠାଇ ଆଣିଛି।

ଏହି ଗାଁର ଲମ୍ବୋଦର ପରିଡ଼ା (ଛଦ୍ମନାମ) ଓ ଦୁର୍ଯ୍ୟୋଧନ ମାଝୀଙ୍କ ଘର ପାଖାପାଖି ହୋଇଥିବାରୁ ଉଭୟ ପରିବାରଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା। ୩ ମାସ ତଳେ ଲମ୍ବୋଦରଙ୍କ ପରିବାର କୌଣସି କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ଯ୍ୟୋଧନଙ୍କ ମଝିଆ ପୁଅ ବିଚିତ୍ର (୩୨) ଲମ୍ବୋଦରଙ୍କ ଘରେ ଏକୁଟିଆ ଥିବା ଝିଅ ସୀତା (ଛଦ୍ମନାମ, ନାବାଳିକା)ଙ୍କୁ ପ୍ରେମ ନିବେଦନ କରିଥିଲା। ସମ୍ପର୍କରେ ବିଚିତ୍ର ଦାଦା ହୋଇଥିବାରୁ ସୀତା ଏହାକୁ ବିରୋଧ କରିଥିଲେ। ହେଲେ ବିଚିତ୍ର ଜୋରଜବରଦସ୍ତ ସୀତାକୁ ତାଙ୍କ ଘରକୁ ଉଠାଇ ନେଇ ଗୋଟିଏ ଘରେ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିବା ସହ ନିଜ ମୋବାଇଲରେ ରେକର୍ଡିଂ କରିଥିଲା। ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ କରିଦେବ ବୋଲି ଧମକ ଦେଇ ଅଭିଯୁକ୍ତ ଏକାଧିକ ଥର ତା ସହ ଶାରୀରିକ ସମ୍ପର୍କ ରଖିଥିଲା। ଗତ ରବିବାର ବିଚିତ୍ର ପୁଣି ସୀତା ଘରକୁ ଆସି ଜୋରଜବରଦସ୍ତ ତା ଘରକୁ ନେଇ ପୁଣି ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସୀତାଙ୍କ ମାଆ ଏବ˚ ଅନ୍ୟମାନେ ବିଚିତ୍ର ଘରକୁ ଯାଇଥିବା ବେଳେ ସେମାନଙ୍କୁ ବିଚିତ୍ରଙ୍କ ପରିବାର ଲୋକେ ଗାଳିଗୁଲଜ କରିଥିଲେ। ନିଜ ଝିଅକୁ ସେଠାରୁ ଆଣି ଜଣେ ସମ୍ପର୍କୀୟଙ୍କ ଘରେ ରଖିବା ପରେ ବି ବିଚିତ୍ରର କାରନାମା ବନ୍ଦ ହୋଇନଥିଲା। ଗତକାଲି ବିଚିତ୍ର, ତାର ଦୁଇ ଭାଇ ଓ ପରିବାରର ଅନ୍ୟମାନେ ଲମ୍ବୋଦରଙ୍କ ସ୍ତ୍ରୀ, ପିଲାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଭୟଭୀତ ହୋଇ ଲମ୍ବୋଦରଙ୍କ ପରିବାର ଗାଁରୁ ପଳାଇ ଆସି ମଙ୍ଗଳବାର ରାତିରେ ଧୂଷୁରୀ ଥାନାର ସହାୟତା ଲୋଡ଼ିଥିଲେ। ଆଜି ସକାଳେ ପୁଲିସ ମୁଖ୍ୟ ଅଭିଯୁକ୍ତ ବିଚିତ୍ର ସହିତ ତା ବଡ଼ଭାଇ ପବିତ୍ର (୩୫) ଏବ˚ ସାନଭାଇ ମଧୁସୂଦନ(୨୨)ଙ୍କୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛନ୍ତି।

By amfnews

Related Post