Thu. Dec 26th, 2024

ହାଉସ ସର୍ଜନଙ୍କ ଦାବୀ ମାନିଲେ ସରକାର, କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ପରେ ବୃଦ୍ଧି ହେଲା ଷ୍ଟାଇପେଣ୍ଡ

By amfnews Jan 30, 2021 #Featured
227 Views

ଭୁବନେଶ୍ୱର, ଜାନୁଆରୀ 30 : ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ପରେ ଚେତିଲେ ସରକାର  । ସରକାରୀ ମେଡିକାଲରେ କାର୍ଯ୍ୟରତ ହାଉସ ସର୍ଜନଙ୍କ ଦାବୀ ମାନିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  । 20 ହଜାର ରୁ 28 ହଜାର କୁ ବୃଦ୍ଧି ହେଲା ଷ୍ଟାଇପେଣ୍ଡ  । .

ସରକାରୀ ମେଡିକାଲର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି  ।  ରାଜ୍ୟ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ 20 ହଜାରରୁ 28 ହଜାରକୁ ବୃଦ୍ଧି କରିଛନ୍ତି ।  ଚଳିତ ବର୍ଷ ଜାନୁୟାରୀ ରୁ ୩ ବର୍ଷ ପାଇଁ ଏହି ଷ୍ଟାଇପେଣ୍ଡ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି  । 2021 ଜନୁୟାରୀ 1  ରୁ କାର୍ଯ୍ୟରତ ସମସ୍ତ ହାଉସ ସର୍ଜନଙ୍କ ପାଇଁ ଷ୍ଟାଇପେଣ୍ଡ ବୃଦ୍ଧି ନିୟମ ଲାଗୁ କରାଯାଇଛି  । ବିଭାଗୀୟ ଉପସଚିବ ଏନେଇ ଡିଏମଇଟି କୁ ଚିଠି ଲେଖି ସୂଚନା ଦେଇଛନ୍ତି  ।  

ସଂଘ ପକ୍ଷରୁ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନ୍ଦୋଳନର ଧମକ ଦିଆଯାଇଥିଲା  ।  ତେବେ ଷ୍ଟାଇପେଣ୍ଡ ବୃଦ୍ଧି ବିଷ୍ପତ୍ତି ପରେ ସଂଘ ଆନ୍ଦୋଳନରୁ ଓହରିଯାଇଛି  । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଏସସିବିର 250 ଜଣ , ବୁର୍ଲା ଓ ବ୍ରହ୍ମପୁରର 550 ଜଣ ଏହି ଆନ୍ଦୋଳନରେ ଯୋଗ ଦେବେ ବୋଲି ସ୍ଥିର ହୋଇଥିଲା  ।  2017ରେ ଆନ୍ଦୋଳନ ବେଳେ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରି 3 ବର୍ଷ ପରେ ଏହାର ପୁନର୍ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ  ।

By amfnews

Related Post