Mon. Apr 21st, 2025

ହାଇଓ୍ଵା ଧକ୍କାରେ ବାପା ମୃତ, ପୁଅ ଗୁରୁତର

By amfnews Nov 8, 2018 #Featured
130 Views

ଯୋଡ଼ା, ନଭେମ୍ବର ୮: ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ୨୧୫ ନମ୍ବର ଜାତୀୟ ରାଜପଥର ବିଲେଇପଦା- କାଳିଆବେଡ଼ା ରାସ୍ତାର ଟାଟା ସ୍ପଞ୍ଜ ଆଇରନ କାରଖାନାର ମେଟାଲ ଗେଟ୍‌ ସମ୍ମୁଖରେ ଏକ ହାଇଓ୍ଵା ପଛପଟୁ ଦୁଇଜଣ ବାଇକ ଆରେହୀଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମୃତାହତଦ୍ୱୟ ସମ୍ପର୍କରେ ବାପପୁଅ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଶରତ ଦାଶ( ୫୮ ବର୍ଷ) ଓ ତାଙ୍କ ପୁଅ ସୁବ୍ରତ ଦାଶ(୨୩ ବର୍ଷ) ଓଡି ୦୯ ସି ୬୦୫୫ ନମ୍ବର ବିଶିଷ୍ଟ ମୋଟର ସାଇକେଲରେ ଯାଉଥିବା ବେଳେ ତାଙ୍କୁ ଓଡି ୦୯ ଜି ୩୭୮୨ ନମ୍ବର ବିଶିଷ୍ଟ ହାଇଓ୍ଵ ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶରତଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଯୋଡ଼ା ଥାନା ପୁଲିସ ଗଟଣାସ୍ଥଳରେ ପହଞ୍ଚିି ମୃତାହତଦ୍ୱୟଙ୍କୁୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

By amfnews

Related Post