Wed. Mar 11th, 2026

ହସପିଟାଲ ନୁହେଁ, ଦୋକାନ ବାରଣ୍ଡାରେ ଚାଲିଛି ଚିକିତ୍ସା

190 Views

କେନ୍ଦୁଝର  : ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର। ରାସ୍ତା କଡରେ ଚାଲିଛି ଚିକିତ୍ସା। ବାରଣ୍ଡାରେ ବେଞ୍ଚ୍ ଉପରେ ଶୁଆଇ ଦିଆଯାଉଛି ସାଲାଇନ୍। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବଜାରରେ। କମଳାଙ୍ଗ ଗାଁର ନବ ମୁଣ୍ଡା ଅସୁସ୍ଥ ଥିବାରୁ ତେଲକୋଇ ଆସିଥିଲେ। ତେବେ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଚିକିତ୍ସା ନପାଇ ଫେରି ଆସିଥିଲେ। ଶେଷରେ ଅନ୍ୟ ଉପାୟ ନପାଇ ସାମ୍ନାରେ ଥିବା ଏକ ଔଷଧ ଦୋକାନରୁ ଔଷଧ ସାଲାଇନ୍ କିଣିଥିଲେ। ସଂପୃକ୍ତ ଦୋକାନୀ ତାଙ୍କୁ ବାରଣ୍ଡାରେ ଶୁଆଇ ସାଲାଇନ୍ ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

By amfnews

Related Post