Sat. Mar 7th, 2026

ହଟ୍ ଷ୍ଟ୍ରିପ୍ ମିଲ ବିଭାଗରେ ହାଉସକିପିଙ୍ଗରେ ଉନ୍ନତି ସାଧନ ନିମନ୍ତେ ଏମଆରଡି ବିଭାଗର ପ୍ରଶଂସନୀୟ ପ୍ରୟାସ

247 Views

ରାଉରକେଲା, ୧୯/୭ : ଆଏସପି ହଟ୍ ଷ୍ଟ୍ରିପ୍ ମିଲ ବିଭାଗରୁ କଏଲ ଚାଲାଣକୁ ସୂଚାରୁ କରିବା ନିମନ୍ତେ ମେଟେରିଆଲ ରିକଭରୀ ବିଭାଗ ହଟ୍ ଷ୍ଟ୍ରିପ୍ ମିଲ୍ ବିଭାଗର ରାସ୍ତାପାଶ୍ୱରେ ବିଭିନ୍ନ ସ୍ଥାନରେ ପଡିରହି ଯାନବାହନର ମୁକ୍ତ ଯାତାୟତରେ ବାଧା ସୃଷ୍ଟି କରୁଥିବା ବହୁ ପରିମାଣର ସ୍କ୍ରାପ ନିଷ୍କାସନର ଆହ୍ୱାନମୂଳକ କାର୍ଯ୍ୟ ଗ୍ରହଣ କରିଥିଲା ।

ଏହି ପ୍ରୟାସର ଫଳସ୍ୱରୂପ ରାସ୍ତାଗୁଡିକ ପ୍ରଶସ୍ତ ହେବା ସହିତ ଯାନବାହନ ଯାତାୟତ ଓ ସୁରକ୍ଷାରେ ଉନ୍ନତି ଆଣିପାରିଥିଲା । ଏହି ପ୍ରୟାସ ଅନ୍ତର୍ଗତ ଏମଆରଡି ବିଭାଗ ହଟ୍ ଷ୍ଟ୍ରିପ୍ ମିଲ୍ ବିଭାଗରେ ହାଉସକିପିଙ୍ଗରେ ଉନ୍ନତି ଆଣିବାର ମଧ୍ୟ ସହଯୋଗ କରିଥିଲା । ଏହି ସଫଳତାରେ ଉତ୍ସାହିତ ଏମଆରଡି ବିଭାଗ ସମ୍ପ୍ରତି ବିଭିନ୍ନ ବିଭାଗ ଓ ସପ୍ସରେ ହାଉସକିପିଙ୍ଗରେ ଅଧିକ ଉନ୍ନତି ଆଣିବା କ୍ଷେତ୍ରରେ ନିଜର ସହଯୋଗ ପ୍ରଦାନ କରୁଛି ।

ସୂଚନାଯୋଗ୍ୟ ଯେ, କଏଲ ଚାଲାଣରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ସ୍ଥାନରେ ପଡିରହିଥିବା ସ୍କ୍ରାପ ନିଷ୍କାସନ କରିବା ନିମନ୍ତେ ହଟ୍ ଷ୍ଟ୍ରିପ୍ ମିଲ୍ ବିଭାଗ ତରଫରୁ ଏମଆରଡିକୁ ଅନୁରୋଧ କରାଯାଇଥିଲା । ଉଲ୍ଲେଖନୀୟ ଯେ, ଏମଆରଡି ବିଭାଗ ମେଷର୍ସ ଏଫଏସଏନଏଲର ସହଯୋଗରେ କାରଖାନାର ବିଭିନ୍ନ ସ୍ଥାନରେ ସୃଷ୍ଟି ସ୍କ୍ରାପର ଉପଯୋଗ କରି ଏହାକୁ ସାଇଜ ଅନୁଯାୟୀ ପ୍ରକ୍ରିୟାକରଣ ପୂର୍ବକ କାରଖାନାର ସ୍କ୍ରାପ ଆବଶ୍ୟକତା ମେଣ୍ଟାଉଛି ।

ହଟ୍ ଷ୍ଟିପ୍ ମିଲ ବିଭାଗରେ ଜୁଲାଇ ୧୭ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ଏଚଏସଏମ ବିଭାଗର ଜିଏମ ପି. ମୁରଲୀ ଉପରୋକ୍ତ ଉଲ୍ଲେଖନୀୟ ପ୍ରୟାସ ନିମନ୍ତେ ଏମଆରଡି ବିଭାଗର ଡିଜିଏମ ଏସ.କେ. ପାଣିଗ୍ରାହୀ, ଏସଓଏସଟି କେ.ବି. ଦାସ ଏବଂ ଏଫଏସଏନଏଲର ସୁପରଭାଇଜର ବିଶ୍ନନାଥନ ନାୟାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ହାଉସକିପିଙ୍ଗରେ ଉନ୍ନତି ଆଣିବା କ୍ଷେତ୍ରରେ ଏହି ପ୍ରଶଂସନୀୟ ପ୍ରୟାସ ନିମନ୍ତେ ଶ୍ରୀ ମୁରଲୀ ସେମାନଙ୍କୁ ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ କରିଥିଲେ । ଏହି ଅବସରରେ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Related Post