Sat. Mar 7th, 2026

ହକି ବିଶ୍ୱକପ ପାଇଁ ଆଜିଠାରୁ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ

255 Views

ଭୁବନେଶ୍ୱର, ନଭେମ୍ବର ୫ : ବିଶ୍ୱକପ ହକି ପାଇଁ ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ସକାଳ ୧୦ ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ  ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ୧୮ ଟି କେନ୍ଦ୍ରରେ ଓ କଟକର ୨ଟି କେନ୍ଦ୍ରରେ ଟିକେଟ ବିକ୍ରି ହେବ ।

କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟରେ ମହିଳାଙ୍କ ପାଇଁ ୨ଟି କାଉଂଟର ଓ ପୁରୁଷଙ୍କ ପାଇଁ ୬ଟି କାଉଂଟର ଖୋଲାଯାଇଛି । ତେବେ ପୁଲ ଓ କ୍ରସ ଓଭର ମ୍ୟାଚ ପାଇଁ ଇଷ୍ଟ୍ ଷ୍ଟାଣ୍ଡ ଟିକେଟର ମୂଲ୍ୟ  ୨୦୦ ଟଙ୍କା ଓ ସାଉଥ୍ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି । ଏହା ସହ ନକଆଉଟ୍, ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ଟିକେଟର ମୂଲ୍ୟ ୧୫୦ ଓ ୨୦୦ ଟଙ୍କା ରଖାଯାଇଛି ।

ଭୁବନେଶ୍ୱର ସ୍ପେର୍ଟ୍ସ ଏମ୍ପୋରିଅମ, ସିଷ୍ଟର ମୋବାଇଲ, ଭୁତନାଥ ମୋବାଇଲ, ବି- ୨୧ ଇଣ୍ଡଷ୍ଟ୍ରିଆଲ ଏରିଆ, ଖାରବେଳନଗର , ବି – ୨୧ ଭବାନୀ ମଲ ପାଖ, ସହିଦ ନଗର, ଇନ ଏଣ୍ଡ ଆଉଟ, ବଡିଲାଇନ ସ୍ପୋର୍ଟ୍ସ,  ସି ଡେକର୍ସ, ବ୍ରିଉବେକ୍ସ ସେଭେନ ସ୍କାଏ ଆଇଟିଇଆର, ଏଫଏଚ ୧୭ ସେଲୁନ, ଉଜାଲା କାର ଫେସନ, ଅଲିମ୍ପିକ ସ୍ପୋର୍ଟ୍ସ, ରିଲାଏନ୍ସ ଫୁଡ କୋର୍ଟ, କ୍ଲାସିକ ବୁଟିକ ଏଣ୍ଡ ବିଉଟି ସେଲୁନ, ରିଲାଏନ୍ସ ଡିଜିଟାଲ, ଦି ହେୟାର ହାକର ଏବଂ କଟକର ଅଲିମ୍ପକ ସ୍ପେର୍ଟ୍ସ ରାଜାବଜାର ଓ ବ୍ଲାଷ୍ଟ ଜୋବ୍ରା ରୋଡରେ ଟିକେଟ ବିକ୍ରି ହେବା ନେଇ  ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ କି, ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି ବିଶ୍ୱକପ ହେବାର ସ୍ଥିର ହୋଇଥିବାବେଳେ ପୂର୍ବରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇ ସାରିଛି । ତେବେ ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି ହେଲେ ମଧ୍ୟ ଅନଲାଇନ ଟିକେଟ ବିକ୍ରି ଜାରି ରହିବା ନେଇ ହକିଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

By amfnews

Related Post