Thu. Mar 12th, 2026

ସଡ଼କ ଦୁର୍ଘଟଣାରେ ଏବିଡିଓଙ୍କ ମୃତ୍ୟୁ

218 Views

ନୂଆପଡ଼ା : ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍‌ର ଏବିଡିଓ ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ଗତକାଲି କୌଣସି କାମରେ ଏବିଡିଓ ବଙ୍ଗୋମୁଣ୍ଡା ଆସୁଥିଲେ। ତେବେ ବଙ୍ଗୋମୁଣ୍ତା ନିକଟ ଏମିନିଟି ସେଣ୍ଟର ପାଖରେ ତାଙ୍କ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ରାୟପୁର ନିଆଯାଉ ଥିଲା। କିନ୍ତୁ ବାଟରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କ କାର୍‌ ଡ୍ରାଇଭର ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କୁ ଖଡ଼ିଆଳ ସ୍ଥିତ ମିସନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାମ ବିଳାସ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଳକ୍‌ରେ କାର୍ଯ୍ୟ କରିଥିଲେ।

By amfnews

Related Post