Mon. Mar 9th, 2026

ସଡ଼କ ଦୁର୍ଘଟଣା ବିଜେଡି ନେତାଙ୍କ ପୁଅ ମୃତ, ଅନ୍ୟଜଣେ ଗୁରୁତର

390 Views

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ଘଟିଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା।ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ , ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଉଦିତ ନଗରରୁ ସେମାନେ ରହୁଥିବା ବାସନ୍ତୀ କଲୋନି ଘରକୁ ଫେରୁଥିଲେ। ସେମାନେ ଦୁଇ ସାଙ୍ଗ। ସେଦୁହେଁ ପ୍ରଚୁର ଦ୍ୟପାନ କରିଥିବା କୁହାଯାଉଛି।

ସେମାନେ ବାସନ୍ତୀ କଲୋନିର ଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ଓଭରବ୍ରିଜରେ ଆସୁଥିଲେ। ହଠାତ୍ ମୋଟର ସାଇକେଲଟି ଭାରସାମ୍ୟ ହରାଇବା ଫଳରେ ଓଭରବ୍ରିଜର ରେଲିଂରେ ମାଡ଼  ହୋଇଥିଲା। ଏହାଫଳରେ ଦୁହେଁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ସୁମିତ କୁଅଁର (୩୮)ଙ୍କର ମୃତ୍ୟୁ ହୋଇଥିବା ବେଳେ  ସାଙ୍ଗଜଣକ ଗୁରୁତର ଆହତ ହୋଇଥିଲେ।

ଆହତଙ୍କ ନାମ ପପୁ ବୋଲି କୁହାଯାଉଛି। ତାଙ୍କୁ ପ୍ରଥମେ ରାଉରକେଲାର ଆଇଜିଏଚରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।ତାଙ୍କ ଅବସ୍ଥା ସଂକଟାପନ୍ନ ବୋଲି କୁହାଯାଉଛି। ମୃତ ସୁମିତ କୁଅଁର ଜଣାଶୁଣା ବିଜେଡି ନେତା ଶ୍ରୀବତ୍ସ କୁଅଁରଙ୍କ ପୁଅ ବୋଲି ଜଣାଯାଇଛି। ତାଙ୍କର ପ୍ରାୟ ୯ ମାସତଳେ ବାହାଘର ହୋଇଥିଲା।

By amfnews

Related Post