Tue. Dec 24th, 2024

ସ୍ୱେଚ୍ଛାସେବୀ ସଂଗଠନ ଆଖି ପକ୍ଷରୁ ସେବାଯାନ ଉଦ୍ଘାଟିତ

By amfnews Dec 3, 2018 #Featured
309 Views

ରାଉରକେଲା, ୩ା୧୨  : ସ୍ୱେଚ୍ଛାସେବୀ ସଂଗଠନ ଆଖି ପକ୍ଷରୁ ସହରବାସୀଙ୍କୁ ୨୪ ଘଣ୍ଟିଆ ସେବା ପ୍ରଦାନ ଉଦ୍ଦେଶ୍ୟରେ “ସେବା’ ଯାନର ଶୁଭାରମ୍ଭ ସିଭିଲ ଟାଉନସିପ୍ ସ୍ଥିତ ଡେଭେଲପଡ଼୍ ଏରିଆ ହାଇସ୍କୁଲ ପରିସରରେ ଆୟୋଜିତ ଉତ୍ସବରେ ସହରବାସୀଙ୍କ ଉଦ୍ଦେଶ୍ୟରେ କରାଯାଇଛି । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ଆରଜିଏଚ୍ ବ୍ଲଡ଼ବ୍ୟାଙ୍କ ଡା. ପଣ୍ଡିତ ସାହୁ, ଟେକ୍ନିସିଆନ ମୁରଲୀଧର ପଲେଇ, ଜିତେନ୍ଦ୍ର ନାୟକ, ଦିଲୀପ ପୋଥାଳ, ଚୈତନ୍ୟ ମହାନ୍ତ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କର୍ମକର୍ତ୍ତାମାନେ ରକ୍ତଦାନ କରିଥିଲେ । ସେହିପରି ସହରରେ ଥିବା ବିଭିନ୍ନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକଣ ବିତରଣ କରାଯାଇଥିଲା ।

ଅନୁଷ୍ଠାନ ସଭାପତି ଅବିନାଶ ଶୁକ୍ଲାଙ୍କ ଅଧ୍ୟକ୍ଷତା କରିବା ସହ ସହରବାସୀଙ୍କ ସହଯୋଗ କାମନା କରି ଥିଲେ । ଆୟୋଜିତ ଉତ୍ସବରେ ରାଉରକେଲା ସରକାରୀ ଡାକ୍ତରଖାନାର ଉପନିର୍ଦ୍ଦେଶକ ଡା. ଉଦୟଭାନୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେବାକୁ ଜୀବନର ଆଧାର କରି ବଞ୍ଚୁଥିବା ବ୍ୟକ୍ତି ସମାଜ ପରିବର୍ତ୍ତନ କରିଥାଏ ବୋଲି ସେ କହିଥିଲେ । ହାଇଟେକ ମେଡିକାଲର ଡେପୁଟି ରେଜିଷ୍ଟ୍ରାର ସଲୀଲ ପଟ୍ଟନାୟକ, ଶିକ୍ଷାବିତ ଗିରିଜାଶଙ୍କର ଗୋସ୍ୱାମୀ, ଲାଠିକଟା ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞାପାରମିତା ଜେନା, ଡା. ରାସ ବିହାରୀ ମହାପାତ୍ର ଓ ଡ. ମଞ୍ଜୁଲତା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ସେବା ଓ ତ୍ୟାଗଦ୍ୱାରା ସାମାଜିକ ପରିବର୍ତ୍ତନ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସେବା ଯାନର ଟୋଲ ଫ୍ରି ନମ୍ବର ୮୪୮୦୧୨୩୪୫୫ ସହରବାସୀଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିଲା । ଏହି ଯାନ ସହରବାସୀ ପାଇଁ ୨୪ ଘଣ୍ଟା ସେବା ପ୍ରଦାନ କରିବ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଯଶୋବନ୍ତ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତି ଶ୍ରୀ ଶୁକ୍ଲା ଧନ୍ୟବାଦ ଦେଇଥିଲେ ।

By amfnews

Related Post