Mon. Mar 9th, 2026

ସ୍ୱାମୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ତ୍ରୀ

230 Views

ବାରିପଦା : ସ୍ୱାମୀଙ୍କୁ ହତ୍ୟା କରି ଜଣେ ମହିଳା ବୁଧବାର ପୂର୍ବାହ୍ନରେ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛନ୍ତି। ହତ୍ୟାକାରିଣୀ ପତ୍ନୀ ହେଉଛନ୍ତି ୪୩ ବର୍ଷୀୟ ସୀତା ହେମ୍ବ୍ରମ୍‌। ନିହତ ସ୍ୱାମୀ ହେଉଛନ୍ତି ବାରିପଦା ସଦର ଥାନା ଅନ୍ତର୍ଗତ ଶିଶିରବଣି ଗ୍ରାମର ବଢ଼ ମାରାଣ୍ଡି। ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। ସ୍ୱାମୀ ଶୋଇଥିବା ବେଳେ ସ୍ତ୍ରୀ ତାଙ୍କୁ ହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି। ହତ୍ୟାକାଣ୍ଡର କାରଣ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ମିଳି ନାହିଁ।

By amfnews

Related Post