69 Views
ମୁମ୍ବାଇ : ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ତଥା ସ୍ୱାମୀ ବିରାଟ କୋହଲିଙ୍କୁ ଭେଟିବା ପାଇଁ ଅଭିନେତ୍ରୀ ଅନୁଷ୍କା ଶର୍ମା ମିଆମିରେ ପହଞ୍ଚିଛନ୍ତି। ସେଠାରେ ଏହି ଦମ୍ପତି ଅନେକ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ସେମାନେ ସେଠାରେ ଖୁବ୍ ଉପଭୋଗ କରୁଛନ୍ତି ବୋଲି ଅନୁମାନ କରାଯାଉଛି। ଅନୁଷ୍କା ସବୁଥର ପରି ଏଥର ବି ଖୁବ୍ ଆକର୍ଷଣୀୟ ପୋଷାକ ପିନ୍ଧି ନିଆରା ଦେଖା ଯାଉଥିବାର ନଜର ଆସିଛନ୍ତି।
ଉଲ୍ଲେଖଯୋଗ୍ୟ, ସ୍ୱାମୀ ବିରାଟ କୋହଲିଙ୍କ ସଂପର୍କରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ସାକ୍ଷାତ୍କାର ଦେଇ କହିଥିଲେ ଯେ ‘ଜୀବନରେ ଭେଟିଥିବା ସମସ୍ତ ମଣିଷଙ୍କ ଭିତରୁ ସେ ସବୁଠାରୁ ଥଣ୍ଡା ମସ୍ତିଷ୍କର ମଣିଷ। ପଡ଼ିଆ ବାହାରେ ସେ ଖୁବ୍ ଥଣ୍ଡା ରୁହନ୍ତି। ବାସ୍ତବ ଜୀବନରେ ସେ ଆଦୌ ବି ହିଂସାତ୍ମକ ନୁହଁନ୍ତି। ମୋତେ ଲାଗେ ସେ ବିଶ୍ୱର ସବୁଠାରୁ ଶାନ୍ତ ବ୍ୟକ୍ତି। ତାଙ୍କ ପାଇଁ ଓ ମୋ ପାଇଁ ଆମେ ଦୁହେଁ ଆଜି ଏକାଠି ଅଛୁ। ମୁଁ ଖୁବ୍ ଆନନ୍ଦିତ ଯେ ସେ ମୋ ପରିବାର।’