Tue. Dec 24th, 2024

ସ୍ୱାମୀ ଅଗ୍ନୀବେଶଙ୍କୁ ମାଡ ମାରିଲେ ବିଜେପି କର୍ମକର୍ତା, ଗୋମାଂସ ଖାଇବା ନେଇ ଦେଇଥିଲେ ବିବାଦୀୟ ବୟାନ

By Naresh Kumar Jul 17, 2018 #Featured
255 Views

ଝାଡଖଣ୍ଡ, ଜୁଲାଇ ୧୭ : ଅନେକ ସମୟରେ ବିବାଦରେ ରହୁଥିବା ସ୍ୱାମୀ ଅଗ୍ନୀବେଶଙ୍କୁ ମାଡ ମାରିଛନ୍ତି ବିଜେପି  ଯୁବ ମୋର୍ଚ୍ଚାର କର୍ମକର୍ତା । ଝାଡଖଣ୍ଡର ପାକୁଡରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ସ୍ୱାମୀଙ୍କୁ ଯୁବମୋର୍ଚ୍ଚା କର୍ମକର୍ତା ଏବଂ ବିଦ୍ୟାର୍ଥୀ ପରିଷଦର କେତେକ ନେତା ମାଡ ମାରିଥିବା ଅଭିଯୋଗ ହୋଇଛି ।

କାର୍ଯ୍ୟକର୍ତା ସ୍ୱାମୀଙ୍କ ଏହି ଗସ୍ତକୁ ପୂର୍ବରୁ ବିରୋଧ କରୁଥିଲେ । ଫଳରେ ତାଙ୍କୁ କଳା ପତକା ପ୍ରଦର୍ଶନ କରିବା ସହ ମାଡ ମାରିଥିଲେ କର୍ମୀ । ସ୍ୱାମୀଙ୍କ ପୋଷାକ ଛିଡି ଯିବା ସହ ସେ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ସ୍ୱାମୀ ଗୋମାଂସ ଉପରେ ବିବାଦୀୟ ବୟାନ ଦେଇଥିଲେ । ସେ ଗୋମାଂସ ଖାଇବା ଉଚିତ୍ ବୋଲି କହିଥିଲେ । ଏହି ବୟାନ ହିନ୍ଦୁଙ୍କ ଭାଗାବେଗକୁ ଆଘାତ ଦେଇଥିଲା ।

ବହୁ ସଂଖ୍ୟାରେ ଯୁବମୋର୍ଚ୍ଚା କର୍ମୀ ସ୍ୱାମୀ ହୋଟେଲରୁ ବାହାରକୁ ବାହାରିଲା ପରେ ତାଙ୍କୁ ମାଡ ମାରିଥିଲେ । ଏହା ସହ ସ୍ୱାମୀ ଫେରିଯାଅ ବୋଲି ସ୍ଲୋଗାନ ମଧ୍ୟ ଦେଇଥିଲେ କିଛି କର୍ମୀ । ଏହି ଘଟଣା ପରେ କର୍ମୀମାନେ ହୋଟେଲ ସାମ୍ନା ରାସ୍ତାରେ ଧାରଣା ଦେଇଥିଲେ । ତେବେ ସ୍ୱାମୀ ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ନୀରିହ ଆଦିବାସୀଙ୍କ ଧର୍ମ ପରିବର୍ତନ କରୁଛନ୍ତି ବୋଲି ଅଭିଯୋଗ କରିଛି ଯୁବମୋର୍ଚ୍ଚା ।

ସୂଚନାଯୋଗ୍ୟ କି, ୨୦୧୧ରେ ସ୍ୱାମୀ ଗୁଜୁରାତର ଏକ ସଭାରେ ସ୍ୱାମୀଙ୍କୁ ଆଉ ଜଣେ ସନ୍ଥ ମାଡ ମାରିଥିଲେ । ଏପରିକି  ସ୍ୱାମୀ ଅମରନାଥ ଶିବଲିଙ୍ଗ ଉପରେ ବିବାଦିୟ ବୟାନ ଦେଇଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା ।

Related Post