116 Views
କୋରାପୁଟ : ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ିଥିବାରୁ ଗତରାତିଠୁ ଜାମ୍ ହୋଇ ପଡ଼ିଥିବା ଆନ୍ଧ୍ର-ଓଡିଶା ସୀମାନ୍ତ ସାଲୁର ଘାଟି ଆଜି ସ୍ୱାଭାବିକ ହେଲା । ଗତକାଲି ବିଳମ୍ବିତ ରାତିରେ ହଠାତ୍ ପାହାଡରୁ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡିରହିଥିଲା । ଏଥିଯୋଗୁ ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା।
ଆଜି ସକାଳ ସୁଦ୍ଧା ଘଟଣାସ୍ଥଳରେ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ କିମ୍ବା କୌଣସି ଟିମ୍ ପହଞ୍ଚି ନଥିଲେ । ଫଳରେ ରାସ୍ତାରେ ଅଟକି ରହିଥିବା ଟ୍ରକ ଚାଳକ ଏବଂ ଯାତ୍ରୀ ହିଁ ରାସ୍ତାରୁ ମାଟି ହଟାଇଥିଲେ । ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ମାଟି ଅତଡ଼ା ଧସି ପଡ଼ିବାରୁ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ି ଓ ଆନ୍ଧ୍ରରୁ ଓଡ଼ିଶା ଆସୁଥିବା ଗାଡ଼ି ଘାଟିରେ କାଲି ରାତିରୁ ଅଟକି ରହିଥିଲା ।