Wed. Jan 8th, 2025

ସ୍ୱାଧୀନତା ଦିବସ: ଇସ୍ରାଏଲ ପ୍ରଧାନମନ୍ତ୍ରୀ, କହିଲେ- ଗର୍ବ କରିବାକୁ ଭାରତୀୟଙ୍କ ପାଖରେ ବହୁତ କିଛି ଅଛି

By amfnews Aug 15, 2020 #Featured
123 Views

ନୂଆଦିଲ୍ଲୀ, ଅଗଷ୍ଟ ୧୫ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ଭାରତର ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସେ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ନିଜର ଟୁଇଟ ଜରିଆରେ ତାଙ୍କର ଭାରତୀୟ ସମକ୍ଷକ ନରେନ୍ଦ୍ର ମୋଦୀଙ୍କୁ ନିଜର ଭଲ ବନ୍ଧୁ ବୋଲି କହିଛନ୍ତି ।

ନେତନ୍ୟାହୁଙ୍କ ଏହି ଟୁଇଟ ଉଭୟ ଦେଶ ମଧ୍ୟରେ ଥିବା ଭଲ ସଂପର୍କକୁ ଦର୍ଶାଉଛି । ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଥିବା ଏକ ଫଟୋକୁ ସେୟାର କରିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ଟୁଇଟରେ ଲେଖିଛନ୍ତି ଯେ, ମୋର ଜଣେ ଭଲ ବନ୍ଧୁ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅତୁଲ୍ୟ ଭାରତର ଜନତାଙ୍କୁ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ଜଣାଉଛି । ଆପଣଙ୍କ ପାଖରେ ଗର୍ବ କରିବାର ଲାଗି ବହୁତ କିଛି ଅଛି । ସବୁଠାରୁ ବଡ଼ କଥା ହେଲା ଯେ ନେତନ୍ୟାହୁ ନିଜର ଟୁଇଟରେ ହିନ୍ଦୀ ଭାଷାର ବ୍ୟବହାର କରୁଛନ୍ତି ।

By amfnews

Related Post