Tue. Mar 10th, 2026

ସ୍ୱାଧୀନତା ଦିବସ ଅବସରରେ ଲଦାଖରେ ଜାତୀୟ ପତାକା ଉତ୍ତୋଳନ କରିବେ ଧୋନୀ

345 Views

ନୂଆଦିଲ୍ଲୀ  :   ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ  ଅଧିନାୟକ ତଥା ଭାରତୀୟ ସ୍ଥଳସେନାର ଅବୈତନିକ ଲେଫ୍ଟନାଣ୍ଟ୍ କର୍ଣ୍ଣଲ୍  ମହେନ୍ଦ୍ର ସିଂହ ଧୋନୀ ଏବେ କଶ୍ମୀରରେ ସେନା କ୍ୟାମ୍ପରେ ରହି ଟ୍ରେନିଂରେ ବ୍ୟସ୍ତ ଅଛନ୍ତି।  ଦକ୍ଷିଣ କାଶ୍ମୀରରେ ସେ ୟୁନିଟ୍ ସହ ଜଣେ ସାଧାରଣ ଯବାନଙ୍କ ଭଳି ରହୁଛନ୍ତି । ତେବେ ବର୍ତ୍ତମାନ ଧୋନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଖବର ଅନୁସାରେ, ଧୋନୀ ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଲଦାଖ୍ ଯାଇ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବେ । ଧୋନୀ ସ୍ଥଳସେନାରେ କାମ କରିବା ପାଇଁ କ୍ରିକେଟରୁ ୨ ମାସ ଛୁଟି ନେଇଛନ୍ତି । ଜୁଲାଇ ୩୦ ତାରିଖରୁ ସେ ଜର୍ସି ଓହ୍ଲାଇ ଆର୍ମି ୟୁନିଫର୍ମ ପିନ୍ଧି ସେନାରେ ଯୋଗ ଦେଇଥିଲେ । ଅଗଷ୍ଟ ୧୫ ତାରିଖ ହେଉଛି ସେନାରେ ତାଙ୍କର ଶେଷ ଦିନ ।

ସ୍ଥଳସେନାର ଜଣେ ଅଧିକାରୀ କହିଛନ୍ତି ଯେ, ଧୋନୀ ଭାରତୀୟ ସେନାର ବ୍ରାଣ୍ଡ ଆମ୍ବାସଡ଼ର । ସେ ଯବାନମାନଙ୍କୁ ସବୁବେଳେ ଉତ୍ସାହିତ କରିଥାଆନ୍ତି । ଟ୍ରେନିଙ୍ଗ୍ ସମୟରେ ମଧ୍ୟ ସେ ଖୁବ୍ ପରିଶ୍ରମ କରୁଛନ୍ତି । ସେନାରେ ତାଙ୍କର ଶେଷ ଦିନ ଅର୍ଥାତ୍ ଅଗଷ୍ଟ ୧୫ ରେ ସେ ଲଦାଖରେ ତ୍ରିରଙ୍ଗା ଉତ୍ତୋଳନ କରିବେ । ଆପଣଙ୍କୁ କହିରଖୁଛୁ ମହେନ୍ଦ୍ର ସିଂହ ଧୋନୀ ୨୦୧୧ ରେ ଭାରତୀୟ ସ୍ଥଳସେନାରେ ସାମିଲ୍ ହୋଇଥିଲେ । ତାଙ୍କ ସହ ଅଲମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତା ଅଭିନବ ବିନ୍ଦ୍ରା ମଧ୍ୟ ଭାରତୀୟ ସ୍ଥଳସେନାରେ ସାମିଲ୍ ହୋଇଥିଲେ । ଧୋନୀଙ୍କ  ୟୁନିଟ୍ ସବୁଠାରୁ ଅଧିକ   ଆତଙ୍କବାଦୀ ପ୍ରଭାବିତ ଜିଲ୍ଲା ସୋପିୟାଁ ଏବଂ ଅନନ୍ତନାଗରେ କାର୍ଯ୍ୟରତ ଅଛି।

By amfnews

Related Post