Tue. Dec 24th, 2024

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଜୁଏଲଙ୍କ ଯୋଗଦାନ

By amfnews Sep 17, 2018 #Featured
174 Views

ରାଉରକେଲା, ୧୭ା୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ୨ୟ ପର୍ଯ୍ୟାୟ ସ୍ୱଚ୍ଛ ଭାରତ ଅଭିଯାନ “ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆଜି ବିଜେପି ପାନପୋଷ ସାଙ୍ଗଠନିକ ଜିଲା ତରଫରୁ ରାଉରକେଲାର ଶୀତଳପଡା ବସ୍ତିଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅଂଶଗ୍ରହଣ କରି ଝାଡୁ, କୋଦାଳ ଧରି ସଫେଇ କରିଥିଲେ । ଏହି ଅଭିଯାନ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ କହିଥିଲେ ।

ଅପରିଚ୍ଛନ୍ନତା ଦୂର କରି ସ୍ୱାସ୍ଥ୍ୟପ୍ରଦ ସମାଜ ଗଠନ କରିବା ପାଇଁ ଏ ଅଞ୍ଚଳର ପ୍ରତ୍ୟେକ ନାଗରିକ ସାମିଲ୍ ହେବା ଉଚିତ୍ ବୋଲି ଶ୍ରୀ ଓରାମ ପ୍ରକାଶ କରିଥିଲେ । ପରିବେଶ ସ୍ୱଚ୍ଛ ରହିଲେ ସମାଜ ସୁସ୍ଥ ଓ ସବଳ ରହିବା ସହ ରୋଗମୁକ୍ତ ରହିବ ବୋଲି କହିଥିଲେ । ଏଥିରେ ବିଜେପିର ବରିଷ୍ଠ ନେତୃବୃନ୍ଦ, କର୍ମୀଙ୍କ ସମେତ ବସ୍ତିବାସିନ୍ଦା ସାମିଲ୍ ହୋଇଥିଲେ । ସଫେଇ କାର୍ଯ୍ୟକ୍ରମ ବେଳେ ବସ୍ତି ବାସିନ୍ଦାମାନଙ୍କ ସମସ୍ୟା ଯଥା ପାନୀୟ ଜଳ, ରାସ୍ତାଘାଟ, କମ୍ୟୁନିଟି ସେଣ୍ଟର ଉପରେ ଜୁଏଲଙ୍କ ଦୃଷ୍ଟି କରାଯାଇଥିଲା । ଶ୍ରୀ ଓରାମ ଏହା ଉପରେ ଦୃଷ୍ଟି ଦେବେ ବୋଲି କହିଥିଲେ ।

ଜିଲା ସ୍ୱଚ୍ଛ ଭାରତ ଅଭିଯାନର ସଂଯୋଜକ ବସନ୍ତ କୁମାର ସାମଲ, ଜିଲା କୋଷାଧ୍ୟକ୍ଷ ଜିତେନ୍ଦ୍ର ଅଗ୍ରୱାଲ, ଏମ୍ଡି ଅଲ୍ଲୀ, ଗୁରୁଦେବ ପାତ୍ର, ଉମେଶ ସୁନା, ଚିତ୍ରସେନ ସାହୁ ଏହି ଅଭିଯାନର ଆୟୋଜନ କରିଥିଲେ । ଏହି ଅଭିଯାନ ସମଗ୍ର ଜିଲାରେ ଚାଲୁରହିଛି ବୋଲି ଜିଲା ସଭାପତି ଜଗବନ୍ଧୁ ବେହେରା ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ରମେଶ ଅଗ୍ରୱାଲ, ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ ଦୁର୍ଗା ତନ୍ତୀ, ଜିଲା ଉପସଭାପତି ତପନ କୁମାର ସ୍ୱାଇଁ, ଜିଲା ସମ୍ପାଦକ ଦୀପକ ତିୱାରୀ, ଜିଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଭ୍ରମରବର ବେହେରା, ମଣ୍ଡଳ ସଭାପତି କେଦାର ମହାନ୍ତି ଓ କୈଳାସ ରାଉତ, ହଜାରୀଲାଲ ମିତ୍ତଲ, ସୋମା ଓରାମ, ସନ୍ଦୀପ ଅଗ୍ରୱାଲ, ଶେଖ ମୁଜାହିଦ, ସଞ୍ଜୀବ ମାଇତି, ସୁମି ଜେନା, ଚନ୍ଦ୍ରିକା ସାହୁ, ରାକେଶ କୁମାର, ସୁଶୀଲ ଶର୍ମା, ସସ୍ମିତା ସାହୁ, ସଙ୍ଗୀତା ସାହୁ, ଅଳକା ମହାନ୍ତି, ଗାୟତ୍ରୀ ଓରାମ, ରାଖି ସାହୁ, ସରୋଜିନୀ ଜେନା, ସୁଲୋଚନା ପରିହାରି, ଅର୍ଣ୍ଣପୂର୍ଣ୍ଣା ଧଳ, ଏସ୍.କେ. ନାସିର, ସୂର୍ଯ୍ୟମଣି ସିଂ, ଅଶୋକ ଲୋହାର, ମହାବୀର ଠାକୁର, ଲୁକାଶ ଟପ୍ନୋ, ବନମାଳୀ, ମାନସ, ଶ୍ୟାମସୁନ୍ଦର ନାୟକ, ଦୀପକ ସାହୁ, ରାଜନାଥ ନାଗ, କୁନୁ ପାତ୍ର, ବବଲୁ ସାହୁ, ଚିତ୍ରସେନ ସାହୁ, ପ୍ରଫୁଲ୍ଲ ସାହୁ, ବିଷ୍ଣୁ ସାହୁ, ବିନୋଦ ଲାକ୍ରା, ସୁରେନ୍ଦ୍ର ସାହୁ, ସୋନୁ, ଦିଲ୍ଲୀପ ପରିଡା, ଦେବାନନ୍ଦ, ସନାତନ ନନ୍ଦ, ନିରଞ୍ଜନ ନନ୍ଦ, ବିପ୍ରଚରଣ ସେଠୀ, ରାଜୁ କେର୍କେଟାଙ୍କ ସମେତ ବହୁ କର୍ମୀ ଓ ବସ୍ତିବାସିନ୍ଦା ଅଂଶଗ୍ରହଣ କରିଥିଲେ ।

By amfnews

Related Post