Sat. Nov 2nd, 2024

ସ୍ୱଚ୍ଛତା ସମ୍ପର୍କିତ ସଚେତନତା କର୍ମଶାଳା

By amfnews Dec 28, 2018 #Featured
211 Views

ରାଉରକେଲା, ୨୮ା୧୨  : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ତେଲଗୁପଡ଼ା ଅଞ୍ଚଳରେ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜାତୀୟ କ୍ରୀଡ଼ାବିତ୍ ଭାରତୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ ।

ରାଉରକେଲା ଲାୟନ୍ସ କ୍ଲବ୍ର ପୂର୍ବତନ ସଭାପତି ରବି ନାରାୟଣ କବି, ସମାଜସେବୀ ଜୟନ୍ତୀ ମହାନ୍ତି, ରମାକାନ୍ତ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୂଚନା ସେବାର ବରିଷ୍ଠ ଅଧିକାରୀ ରାମେଶ୍ୱର ନାୟକ ପରିଚାଳନା କରିଥିଲେ । ସହରକୁ କିଭଳି ସ୍ୱଚ୍ଛ ଓ ସବୁଜ ରଖିବା, ଗୃହ ଓ ଆବାସିକା ମଙ୍ଗଳ ସଂଘ ମାଧ୍ୟମରେ କମ୍ପୋଷ୍ଟ ଖତ ପ୍ରସ୍ତୁତି କରିବା, ବିଭିନ୍ନ ଅଳିଆଆବର୍ଜନାକୁ ଏଣେତେଣେ ନ ପକାଇବା, ବସ୍ତି ଓ ସହରକୁ କିଭଳି ସ୍ୱଚ୍ଛ ରଖିବା ସେ ନେଇ କର୍ମଶାଳାରେ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ତେଲଗୁପଡ଼ା ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ । ସମଗ୍ର ରାଉରକେଲାରେ ଆଗାମୀ ଦିନରେ ସ୍ୱଚ୍ଛତା ଉପରେ ସମୁଦାୟ ୧୦ଟି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଆୟୋଜିତ ହେବ । ଏହି କର୍ମାଶାଳାକୁ ସ୍ଥାନୀୟ ବସ୍ତିବାସିନ୍ଦା ପରିଚାଳନାରେ ସହଯୋଗ କରିଥିଲେ ।

By amfnews

Related Post