Tue. Dec 24th, 2024

ସ୍ୱଚ୍ଛତା ଅଭିଯାନରେ ଉକ୍ରର୍ଷତା ପାଇଁ ରାଉରକେଲା ଜିଏସ୍ଟି କାର୍ଯ୍ୟାଳୟ ସର୍ବଭାରତୀୟ ସ୍ତରରେ ପ୍ରଥମ

rklsanchar@gmail.com' By J.N. Pradhan Jun 28, 2018 #Featured
262 Views

ରାଉରକେଲା, ୨୮/୬: କେନ୍ଦ୍ର ସରକାରଙ୍କ ଦ୍ୱାରା ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରାଥମିକତା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ୨୦୧୭-୧୮ ଆର୍ôଥକ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଜନସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ସ୍ୱଚ୍ଛତା ଅଭିଯାନ ଦ୍ୱାରା ରାଉରକେଲା ଜିଏସ୍ଟି କମିଶନରେଟ୍ କାର୍ଯ୍ୟାଳୟ ସର୍ବଭାରତୀୟ ସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଥିବା ସୂଚନା ମିଳିଛି । ଏଥିସହିତ ବିଭାଗୀୟ କମିଶନର ସତ୍ୟେନ୍ଦ୍ର କୁମାର ସିଂଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଫଳରେ ଏହି ବିରଳ ପୁରସ୍କାର ହାସଲ କରିବାରେ ରାଉରକେଲା ଏବଂ ଓଡିଶା ରାଜ୍ୟ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିବାରେ ସମର୍ଥ ହୋଇପାରିଛି । ସର୍ବଭାରତୀୟ ସ୍ତରରେ କେନ୍ଦ୍ରୀୟ ସୀମାଶୁଳ୍କ ଏବଂ ପରୋକ୍ଷ କର ବୋର୍ଡ (ସିବିଆଇସି) ପକ୍ଷରୁ କରାଯାଇଥିବା ଏକ ସର୍ଭେ ଦ୍ୱାରା ସ୍ୱଚ୍ଛତା ଅଭିଯାନରେ ପାରଦର୍ଶିତା ପାଇଁ ରାଉରକେଲା ଜିଏସ୍ଟି କମିଶନରେଟ୍କୁ ଏହି ପୁରସ୍କାରପାଇଁ ଯୋଗ୍ୟ ବିବେଚିତ କରାଯାଇଛି ।

ଚଳିତ ମାସ ୨୮ ତାରିଖ ଅପରାହ୍ନରେ କେନ୍ଦ୍ରୀୟ ସାମୁ ଶୁଳ୍କ ଏବଂ ପରୋକ୍ଷ କର ବୋର୍ଡ (ସିବିଆଇସି) ଅଧ୍ୟକ୍ଷଙ୍କ ଠାରୁ ପୁରସ୍କାର ଏବଂ ଟ୍ରଫି ଗ୍ରହଣ କରିବା ପାଇଁ ରାଉରକେଲା ଜିଏସ୍ଟି କାର୍ଯ୍ୟାଳୟର ଯୁଗ୍ମ କମିଶନର ଦେବଜ୍ୟୋତି ଚକ୍ରବର୍ତ୍ତୀ ନୂଆଦିଲ୍ଲୀ ଅଭିଯୁଖେ ଯାତ୍ରା କରିଥିବା ସୂଚନା ମିଳିଛି ।

Related Post