Sun. Nov 3rd, 2024

ସ୍ୱଚ୍ଛ ଭାରତ ଅଭିଯାନ: ଦିଲ୍ଲୀରେ ପ୍ଲାଷ୍ଟିକ ଆବର୍ଜନା ଦେଇ ବଦଳରେ ପାଇପାରିବେ ଜଳଖିଆ, ଖୋଲିଲା କ୍ୟାଫ୍‌

By amfnews Jan 24, 2021 #Featured
128 Views

ନୂଆଦିଲ୍ଲୀ, ଜାନୁଆରୀ ୨୪ : ଆପଣ କେବେ ବି କଳ୍ପନା ମଧ୍ୟ କରି ନଥିବେ ଯେ, ପ୍ଲାଷ୍ଟିକ ଆବଜନା ଦେଇ ଏହାର ବଦଳରେ ଜଳଖିଆ ଖାଇପାରିବେ । କିନ୍ତୁ ଜାତୀୟ ରାଜଧାନୀ ଦିଲ୍ଲୀର ଦକ୍ଷିଣ ଦିଲ୍ଲୀ ନଗର ନିଗମ ନଜଫଗଡ଼ ଜୋନରେ ଏକ ମିଠା ଦୋକାନ ସହିତ ମିଶି ଏଭଳି ଏକ ପଦକ୍ଷେପ ନେଇଛି । ଏସଡିଏମସିର ପଦକ୍ଷେପ ଦ୍ୱାରକାର ନଜଫଗଡ଼ ଜୋନସ୍ଥିତ ବର୍ଧମାନ ପ୍ଲସ ସିଟି ମଲରେ ଡାଇମଣ୍ଡ ସୁଇଟ୍ସ ଗାରବେଜ କ୍ୟାଫ ଆରମ୍ଭ କରିଛି । ଏଠାରେ ଲୋକେ ପ୍ଲାଷ୍ଟିକ ଆବର୍ଜନା ବଦଳରେ ଭୋଜନ କରିପାରିବେ । ଏହି କ୍ୟାଫରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ଅଥବା ମିଠା ଖାଇପାରିବେ । 

ଏସଡିଏମ୍‌ସି ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରୋତ୍ସାହନ ଦେବାକୁ ଯାଇ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଏହି ଅନୁସାରେ ଆପଣ ଗାର୍ବେଜ କ୍ୟାଫରେ ୧ କିଲୋ ଆବର୍ଜନା ପ୍ଲାଷ୍ଟିକ ଦେଇ ମଧ୍ୟାହ୍ନ ଭୋଜନ ଅଥବା ଜଳପାନ କରିପାରିବେ । ଏଥି ସହିତ ଆବର୍ଜନା ପ୍ଲାଷ୍ଟିକ ଦେଇ ମିଠା ମଧ୍ୟ ଖାଇପାରିବେ । 

ନଜଫଗଡ଼ ଜୋନ ଡେପୁଟି କମିଶନର ରାଧାକୃଷ୍ଣ କହିଛନ୍ତି ଯେ, ଲୋକେ ଆବର୍ଜନା ଦେଇକି ଯାଉଛନ୍ତି । ଏହି ଆବର୍ଜନାକୁ ଡିକମ୍ପୋଜ କରାଯାଉଛି । ଦୋକାନୀମାନେ ଏହି କାମରେ ନିୟୋଜିତ ଅଛନ୍ତି । ଲୋକଙ୍କୁ ପରିବେଶ ପ୍ରତି ସଚେତନ କରାଯାଉଛି । ଦକ୍ଷିଣ ଦିଲ୍ଲୀ ନଗର ନିଗମ ଲୋକଙ୍କୁ ଅପିଲ କରୁଛି ଯେ, ଘରୁ ଆବର୍ଜନା ବାହାର କରୁଛନ୍ତି ଯଦି ଏହାକୁ କୌଣସି ପ୍ରକାରରେ ବ୍ୟବହାର କଲେ ଭଲ । 

By amfnews

Related Post