Wed. Dec 25th, 2024

ସ୍ୱଚ୍ଚ୍ଥ ଓ ଶୃଙ୍ଖଳିତ ମତଦାନ ପରିଚାଳନା ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ।

By amfnews Oct 13, 2018 #Featured
191 Views

ଯାଜପୁର, ତା ୧୨ା୧୦ : ମତଦାନକୁ ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ସମସ୍ତ ନିର୍ବାଚନ ଅଧିକାରୀଙ୍କ ଦାୟିତ୍ୱ । ତେଣୁ ଊପଯୁକ୍ତ ପ୍ରଶିକ୍ଷଣ ନେଇ ଶୃଙ୍ଖଳିତ ଭାବେ ନିର୍ବାଚନ ପରିଚାଳନା କରିବାକୁ ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ପରାମର୍ଶ ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଳ୍ା ନିର୍ବାଚନ ବିଭାଗ ପକ୍ଷରୁ ନିରପେକ୍ଷ ନିର୍ବାଚନ ପରିଚାଳନା, ଅନ୍ୟାନ୍ୟ ସମ୍ଭାବ୍ୟ ସମସ୍ୟା ଓ ସମାଧାନ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ନିର୍ବାଚନ ସର୍ବଦା ଗୁରୁତ୍ୱପୂର୍ଣ୍ଣ ।

ଆଗାମୀ ନିର୍ବାଚନ ବିଗତ ନିର୍ବାଚନ ଅପେକ୍ଷା ସଂପୂର୍ଣ୍ଣ ଭିନ୍ନ ବୋଲି ମତ ଦେଇଥିଲେ । ଆଗାମୀ ନିର୍ବାଚନରେ ବୈଷୟିକ ଜ୍ଞାନର ଊପଯୋଗ ସହ ଭିଭିପାଟର ବ୍ୟବସ୍ଥା ଏହାକୁ ଅଧିକ ଚ୍ୟାଲେଜିଂ କରିବ ବୋଲି ସେ ସୂଚନା ଦେଇଥିଲେ । ପ୍ରତ୍ୟେକ ବୁଥ୍କୁ ଅନୁଧ୍ୟାନ କରି ତାହାର ସମସ୍ୟା ଥିଲେ ସମାଧାନ, ସେହି ବୁଥ୍ର ଭୋଟର ମାନଙ୍କର ସ୍ଥିତି, ସେମାନଙ୍କ ସହ ସଂପର୍କ, ତାହାର ସମ୍ୱେଦନଶୀଳତା, ଜାତି, ଧର୍ମ ଇତ୍ୟାଦିରେ ଯେପରି କୈାଣସି ବିଦ୍ୱେଷ ନ ରୁହେ ସେଥିପ୍ରତି ଊପଯୁକ୍ତ ଧ୍ୟାନ ଦେବାକୁ ସେ ଊପସ୍ଥିତ ବି.ଡି.ଓ., ତହସିଲଦାର, ପୋଲିସ ଅଧିକାରୀ, ସେକ୍ଟର ଅପିଂସର ମାନଙ୍କୁ ପରାମର୍ଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଚରନ ସିଂ ମୀନା ଯୋଗଦେଇ ସମ୍ୱେଦନଶୀଳ ବୁଥ୍ର ସ୍ଥିତି ସବୁବେଳେ ସମାନ ନ ଥାଏ ବୋଲି କହିଥିଲେ ।

ତେଣୁ ପୂର୍ବ ନିର୍ବାଚନ ଏବଂ ଘଟଣା ଅନୁସାରେ ପ୍ରସ୍ତୁତ ସମ୍ୱେଦନଶୀଳ ବୁଥ୍ର ବର୍ତ୍ତମାନର ସ୍ଥିତି ଓ ଆଗାମୀ ଦିନରେ ତାହାର ସ୍ଥିତିକୁ ନେଇ ନିର୍ବାଚନ ସମୟରେ ଏହାକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ । ପାରମ୍ପରିକ ସମନ୍ୱୟ ହିଁ ଯେ କୈାଣସି ଆହ୍ୱାନକୁ ସପଂଳତା ଦେଇପାରିବ ବୋଲି ସେ କହିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଏହିଭଳି ଏକାଧିକ ବାର ପ୍ରଶିକ୍ଷଣ ପ୍ରଦାନ କରାଯାଇ ନିର୍ବାଚନକୁ ପରିଚାଳନା କରିବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କ ମନରେ ଥିବା ବିବିଧ ସଂଶୟକୁ ଦୂର କରାଯିବା ସହ ଭୋଟର ମାନେ ଯେପରି ନିରପେକ୍ଷ ମତଦାନ କରିବେ ସେ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ବ୍ୟାପକ ସୂଚନା ଓ ପାୱାର ପଏଣ୍ଟ ଊପସ୍ଥାପନା ମାଧ୍ୟମରେ ନିର୍ବାଚନ ଆୟୁକ୍ତଙ୍କ ବିଭିନ୍ନ ପରାମର୍ଶ ଏବଂ ଶୃଙ୍ଖଳିତ ମତଦାନ ପାଇଁ ବି.ଡି.ଓ., ସେକ୍ଟର ଅଧିକାରୀ ଏବଂ ପୋଲିସ ଅଧିକାରୀ ମାନଙ୍କର ଦାୟିତ୍ୱ ସଂପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ପୂର୍ବ ନିର୍ବାଚନର ବିଭିନ୍ନ ତଥ୍ୟ ଆଧାରରେ କିପରି ଆଗାମୀ ନିର୍ବାଚନ ପାଇଁ ରଣ କୈାଶଳ ନିର୍ଦ୍ଧାରଣ କରାଯିବ ତାହାର ଆଚାର ସଂହିତା ଯାହା ନିର୍ବାଚନ ଆୟୁକ୍ତ ଧାର୍ଯ୍ୟ କରିଚ୍ଥନ୍ତି ସେ ସଂପର୍କରେ ବିଷଦ ତଥ୍ୟ ଶ୍ରୀ ଧଳ ଊପସ୍ଥାପନ କରିଥିଲେ ।

ସେହିପରି ନିର୍ବାଚନ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ ବିସ୍ତୃତ ସୂଚନା ମାଧ୍ୟମରେ ନିର୍ବାଚନ ପରିଚାଳନାରେ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ଓ ଅକ୍ଷୟ କୁମାର ଦାସ ପ୍ରମୁଖ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ଏଥିରେ ଜିଲ୍ଳ୍ାର ସମସ୍ତ ବି.ଡି.ଓ., ତହସିଲଦାର, ପୋଲିସ ଏସ୍.ଡି.ପି.ଓ., ଥାନା ଆଇ.ଆଇ.ସି., ଓ ସେକ୍ଟର ଅପିଂସର ମାନେ ଯୋଗ ଦେଇଥିଲେ । ଶେଷରେ ଗତ ପଞ୍ଚାୟତ ଊପନିର୍ବାଚନରେ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ଳୋଇଥିବା ନିର୍ବାଚନର ପିଙ୍କ ବୁଥ୍ ନାମରେ ଭିଡିଓ କୁ ଊପସ୍ଥାପନ କରାଯାଇଥିଲା ।

By amfnews

Related Post