Tue. Dec 24th, 2024

ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି ଲକଡାଉନ୍

By amfnews May 2, 2020 #Featured
118 Views

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ର ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ଦେଶରେ ଲକଡାଉନ୍ ଜାରି ରହିଛି। ଗତକାଲି ଭାରତ ସରକାର ଦେଶରେ ମେ ୧୭ ପଯ୍ୟନ୍ତ ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି। ଗୋଟିଏ ପରେ କରୋନା ସଂକ୍ରମଣ ଭୟ ଜାରି ରହିଥିବା ବେଳେ ଅନ୍ୟ ପଟେ ହୃଦ୍‌ଘାତ ଘଟଣା ୩୦ରୁ ୭୦ପ୍ରତିଶତ ଯାଏ କମିଯାଇଥିବା ଜଣାଯାଇଛି। ନ୍ୟୁୟର୍କ ସ୍ଥିତ ମାଉଣ୍ଟ୍ ସିନାଇ ହାର୍ଟ ହସ୍ପିଟାଲର ବିଶେଷଜ୍ଞ ଡା. ସମିନ୍ କୁମାର ଶର୍ମା କହିଛନ୍ତି ଯେ କରୋନା ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ରରେ ଜାରି ହୋଇଥିବା ଲକ୍ଡାଉନ୍ ସ୍ଥିତି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ଆସିବା ଯୋଗୁଁ ଏପରି ହୃଦ୍‌ଘାତ ସମସ୍ୟା କମିଯାଇଥିବା ଆକଳନ କରାଯାଉଛି।

କରୋନାର କରାଳ ଛାୟାରେ ସାରା ବିଶ୍ବ ସନ୍ତୁଳି ହେଉଥିବା ବେଳେ ବିଭିନ୍ନ ଦେଶରେ ଏହାର ଏକ ସକାରାତ୍ମକ ପରୋକ୍ଷ ପ୍ରଭାବ ଦେଖିବାକୁ ମିଳିଛିା ଗତ ଡିସେମ୍ବର ମାସରୁ ଚୀନ୍‌ରେ ଏହା ଆବିର୍ଭାବ ହେବା ପରଠାରୁ ହୃଦ୍‌ରୋଗୀଙ୍କ ପାଇଁ କିଛି ମାତ୍ରାରେ ଆଶ୍ବସ୍ତି ଆଣିଛି। ଏପରିକି ଏହି ସମୟ ଭିତରେ ହୃଦ୍‌ଘାତ ମାମଲା ୩୦ରୁ ୭୦ପ୍ରତିଶତ ଯାଏ କମିଯାଇଥିବା ଜଣାଯାଇଛି।

ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା  ଘାତକ କୋଭିଡ୍–୧୯ ରୋଗ ବିଶ୍ବବ୍ୟାପୀ ତାଣ୍ତବ ରଚିଚାଲିଛି। କରୋନାଭୂତାଣୁ ସାର୍ସ–କୋଭ୍–୨ର ଅଦମନୀୟ ସଂକ୍ରମଣରୁ ନିସ୍ତାର ପାଇବା ପାଇଁ ବିଭିନ୍ନ ରାଷ୍ଟ୍ରରେ ଭିନ୍ନ ଭିନ୍ନ କଟକଣା ଲାଗୁ ହୋଇଚାଲିଛି। ଅବଶ୍ୟ ଏଥିଯୋଗୁଁ ଚାକିରିଆମାନେ ଘରେ ରହି କାମ କରିବାର ସୁଯୋଗ ପାଇଛନ୍ତିା ଫଳରେ ସେମାନଙ୍କ ଠାରେ କାର୍ଯ୍ୟାଳୟ ସମ୍ପର୍କିତ ମାନସିକ ଚାପ ଯଥେଷ୍ଟ ପରିମାଣର କମିଯାଇଛିା ସେହିପରି ଲୋକେ ସାରା ଦିନ ଘରେ ରହିବା ଦ୍ବାରା ବିଭିନ୍ନ ପ୍ରକାର ବ୍ୟାୟାମ, ଯୋଗ ଏବଂ ପ୍ରାର୍ଥନା କରିବାକୁ ମଧ୍ୟ ଫୁରୁସତ ପାଉଛନ୍ତି ଯାହା କି ସେମାନଙ୍କ ହୃଦ୍‌ ସମସ୍ୟାରେ ସୁଧାର ଆଣିଦେଇଛିା ତେବେ ସର୍ବୋପରି ଅଧିକ ସମୟ ଘରେ ରହିବା ଦ୍ବାରା ଅପେକ୍ଷାକୃତ ଅଧିକ ଶାରୀରିକ ପରିଶ୍ରମ ସାଙ୍ଗକୁ ଗାଡି଼ମୋଟର ବନ୍ଦ ଯୋଗୁଁ କମ୍ ପ୍ରଦୂଷିତ ପରିବେଶ ଏବଂ ଘରତିଆରି ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ କରିବାର ମଉକା ମଧ୍ୟ ମିଳିପାରିଛିା ଫଳରେ ଦେଶବ୍ୟାପୀ ଲୋକଙ୍କ ସ୍ବାସ୍ଥ୍ୟରେ ଢେର୍ ଉନ୍ନତି ଆସିପାରିଛି ବୋଲି ଡା. ଶର୍ମା କହିଛନ୍ତିା

By amfnews

Related Post