Fri. Mar 13th, 2026

ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ା ଯୋଗୁଁ ୮୦ ମିନିଟ ଧରି ଷ୍ଟେସନରେ ଅଟକି ରହିଲା ଟ୍ରେନ୍

160 Views

ଡେରାଡୁନ : ଡେରାଡୁନରୁ ବାରଣାସୀକୁ ଯାତ୍ରା କରୁଥିବା ଜନତା ଏକ୍ସପ୍ରେସ ପ୍ରାୟ ୮୦ ମିନିଟ ଧରି ଏକ ଷ୍ଟେସନରେ ଅଟକି ରହିଥିବାର ଏକ ଖବର ମିଳିଥିଲା। ଏହାର କାରଣ ଶୁଣିଲେ ଆପଣ ନିଶ୍ଚିତ ବିସ୍ମିତ ହେବେ।

ଗତ ଗୁରୁବାର ଦିନ ଜନତା ଏକ୍ସପ୍ରେସ ଡେରାଡୁନରୁ ବାରଣାସୀକୁ ଯାତ୍ରା ଆରମ୍ଭ କରିଥିଲା । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଜଣେ କେହି ଷ୍ଟେସନର ସୂଚନା କେନ୍ଦ୍ରରେ ପହଞ୍ଚି ଡେରାଡୁନ ଓ ଡୋଇବାଲା ମଧ୍ୟରେ ଟ୍ରେନ୍‌ରେ ବିସ୍ଫୋରଣ ହେବ ବୋଲି କହିଥିଲେ । ଏଥିପାଇଁ ଟ୍ରେନକୁ ରୋକିବାକୁ ପଡ଼ିଥିଲା । ଏହା ପରେ ବ୍ୟକ୍ତି ଜଣକ ଫେରାର ହୋଇଯାଇଥିଲେ ।

ସେପଟେ ଏ ଖବର ପାଇବା ପରେ ଡେରାଡୁନ ସିଟି ଏସ୍‌ପି ଶ୍ୱେତା ଚୌବେ, ରେଳବାଇ ଅଧୀକ୍ଷକ ଏସ୍‌ଡି ଡୋଭାଲ, ଆର୍‌ପିଏଫ୍‌ ଅଧିକାରୀ ଓ ଜିଆର୍‌ପି ପ୍ରଭାରୀ ଦିନେଶ କୁମାର ବୋମା ନିଷ୍କ୍ରିୟକାରୀ ଦଳକୁ ସୂଚନା ଦେଇ କାର୍ଯ୍ୟାନୁଷ୍ଠାନ କରିବାକୁ କହିଥିଲେ । ଏହା ପରେ ଟ୍ରେନ୍‌ରେ ଯାଞ୍ଚ ଆରମ୍ଭ ହୋଇଥିଲା । ଏଥିରେ ଯାତ୍ରୀମାନଙ୍କ ଟିଫିନ୍‌କୁ ମଧ୍ୟ ଚେକ୍‌ କରାଗଲା । କିନ୍ତୁ କେଉଁଠୁ କିଛି ବି ମିଳି ନ ଥିଲା । ଏହା ପ୍ରାୟ ଘଣ୍ଟାଏ କୋଡିଏ ମିନିଟ୍‌ ଧରି ଚାଲିଥିଲା ।
Image result for janta express dehradun to banaras

By amfnews

Related Post