Sun. Nov 24th, 2024

ସ୍ପନ୍ଦନ ପକ୍ଷରୁ ବହୁଭାଷୀ ନାଟକ ମହୋତ୍ସବ

By amfnews Dec 25, 2018 #Featured
525 Views

ରାଉରକେଲା, ୨୫ା୧୨ : ସହରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ସ୍ପନ୍ଦନ ପକ୍ଷରୁ ସିଭିକ୍ ସେଣ୍ଟର୍ ଠାରେ ୨୯ତମ ସର୍ବଭାରତୀୟ ବହୁଭାଷୀ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ସନ୍ଧ୍ୟାରେ ରଙ୍ଗମଞ୍ଚ ଅନୁଷ୍ଠାନର କଳାକାର ମାନେ ଓଡ଼ିଆନାଟକ ନୟନପୁର ଏକ୍ସପ୍ରେସ୍ ପରିବେଷଣ କରିଥିଲେ । ସ୍ୱାଧୀନତା ପରେ ଭାରତବର୍ଷରେ ଦେଖାଯାଇଥିବା ବେରୋଜଗାରୀ, ଶ୍ରମିକ ସଂଗଠନ ପ୍ରତିଷ୍ଠା ଓ ଯୁବଗୋଷ୍ଠୀ ବିପଥଗାମୀ ବିଷୟରେ ପର୍ଯ୍ୟବେଷିତ ଉକ୍ତ ନାଟକ ରଚନା କରିଥିଲେ ଡ. ସଞ୍ଜୟ ହାତୀ ଓ ନିର୍ଦ୍ଦେଶନା ଦେଇଥିଳେ ସଂଗ୍ରାମ ପତି ।

ସୁଦେଶଚନ୍ଦ୍ର ନାୟକ ଓ ଅନ୍ୟମାନଙ୍କ ଅଭିନୟ ବେଶ୍ ଚିତ୍ତାକର୍ଷକ ଥିଲା । ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ଡେରାଡୁନର ଡୁନଘାଟୀ ରଙ୍ଗମଞ୍ଚ ପକ୍ଷରୁ ହିନ୍ଦୀ ନାଟକ ‘ତୁଗଲକ’ ମଞ୍ଚସ୍ଥ ହୋଇଥିଲା । ବିଖ୍ୟାତ ଲେଖକ ଗିରୀଶ କନ୍ନଡ଼ଙ୍କ ରଚିତ ଓ ବ୍ରଜେଶ ନାରାୟଣଙ୍କ ନିର୍ଦ୍ଦେଶିତ ଉକ୍ତ ନାଟକ ମହମ୍ମଦ ବିନ୍ ତୋଗଲଙ୍କ ଶାସନ ସମୟର କାହାଣୀ ଉପରେ ପର୍ଯ୍ୟବେଷିତ ଥିଲା । ଅବିଶ୍ୱାସପଣ ଯୋଗୁ ଜୀବନର ଶେଷ ମୁହୂର୍ତ୍ତରେ ଶାସକ ଏକଲା ହୋଇଯାଇଥିବା ବାର୍ତ୍ତା ଥିବା ଉକ୍ତ ନାଟକରେ ବ୍ରଜେଶ ନାରାୟଣ, ମହେଶ ନାରାୟଣ, ଅବଧେଶ ନାରାୟଣ ପ୍ରମୁଖ ଅଭିନୟ କରିଥିଲେ ।

ଅନୁରୂପ ଭାବେ ତୃତୀୟ ସନ୍ଧ୍ୟାରେ ମମତା ନିକଟରେ ପ୍ରେମ ପ୍ରୀତି ହାରିଯାଇଥିବା କହାଣୀ ପର୍ଯ୍ୟବେଷିତ ନାଟକ ପ୍ରସ୍ତୁତ କରାଯାଇଥିଲା । ଭୁବନେଶ୍ୱର ଶ୍ୱେତପଦ୍ମା ସାଂସ୍କୃତିକ ପରିବାର ପକ୍ଷରୁ ପ୍ରଦୀପ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ରଚିତ ନାଟକ ‘ଅଚିହ୍ନା ରାଇଜର ମଣିଷ’ ପରିବେଷଣ କରାଯାଇଥିଲା । ପ୍ରେମିକ ଓ ମାଆ ମଧ୍ୟରୁ ମାଆକୁ ଚୟନ କରିଥିଲା ମୁଖ୍ୟ ଚରିତ୍ର ।

୪ର୍ଥ ସନ୍ଧ୍ୟାରେ ବଙ୍ଗଳା ନାଟକ ‘ଜଟିକେଶ୍ୱର’ ପରିବେଷଣ କରିଥିଲେ କୋଲକତା ନାଟ୍ୟ ସଭା । ଉକ୍ତ ନାଟକରେ ଡାକ୍ତରାଣୀଙ୍କ ତ୍ୟାଗପୂର୍ଣ୍ଣ ସେବା ରହିଥିଲା । ବିପିୟୁଟି କୁଳସଚିବ ହିମାଂଶୁ ଶେଖର ବେହେରା ମୁଖ୍ୟ ଅତିଥି, ଆର୍ଏସ୍ପି ଅଧିକାରୀ ରାମନାରାୟଣ ନାୟକ, ସ୍ପନ୍ଦନର ସଭାପତି ପ୍ରକାଶ ଚନ୍ଦ୍ର ଦାସ, ଅଧ୍ୟକ୍ଷ ଅଜିତ ମୋହନପୂଜାରୀ, ଶିଶିର ମୁଦାଲି, ମିହିର ପରିଜା ପ୍ରମୁଖ ଯୋଗ ଦେଇଥିଲେ ।

By amfnews

Related Post