Sat. Mar 7th, 2026

ସ୍କ୍ରିନିଂ କମିଟି ବୈଠକ ହେବ ଭୁବନେଶ୍ୱରରେ

179 Views

ନୂଆଦିଲ୍ଲୀ  : କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପାଇଁ ଏଆଇସିସିର ସ୍କ୍ରିନିଂ କମିଟି ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଆଜି ନୂଆଦିଲ୍ଲୀରେ ଏହି ସୂଚନା ଦେଇଛନ୍ତି ଏଆଇସିସି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ। ପ୍ରଥମ ଥର ପାଇଁ ପ୍ରାର୍ଥୀ ମନୋନୟନକୁ ନେଇ ରାଜ୍ୟରେ ସ୍କ୍ରିନିଂ କମିଟି ବୈଠକ ହେବ। ପୂର୍ବରୁ ସ୍କ୍ରିନିଂ କମିଟି ବୈଠକ ଦିଲ୍ଲୀରେ ବସୁଥିଲା। କିନ୍ତୁ ଏଥର ସ୍କ୍ରିନିଂ କମିଟି ବୈଠକ ପାଇଁ ଅଧ୍ୟକ୍ଷ ଓ ସଦସ୍ୟମାନେ ଭୁବନେଶ୍ୱର ଯିବେ।

ବୈଠକର ତାରିଖ ଆଜି ସନ୍ଧ୍ୟା ସୁଦ୍ଧା ସ୍ଥିର ହେବ ବୋଲି ଜିତେନ୍ଦ୍ର ସିଂହ ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ ଚଳିତ ଜୁନ୍‌ ମାସରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶାପାଇଁ ଭିଡି ସାଥିସାନ୍‌ଙ୍କ ଅଧ୍ୟକ୍ଷତାରେ ସ୍କ୍ରିନିଂ କମିଟି ଗଠନ କରିଥିଲେ। କମିଟିର ଅନ୍ୟ ଦୁଇଜଣ ସଦସ୍ୟ ଅଛନ୍ତି ଜିତିନ ପ୍ରସାଦ ଓ ନୌସାଦ୍‌ ସୋଲାଂକି। ପ୍ରଦେଶ ନିର୍ବାଚନ କମିଟି ଦ୍ୱାରା ଚୁଡ଼ାନ୍ତ କରାଯାଇଥିବା ପ୍ରାର୍ଥୀ ତାଲିତାକୁ ସ୍କ୍ରିନିଂ କମିଟି ଦ୍ୱାରା ତର୍ଜମା କରାଯାଇ କଂଗ୍ରେସର କେନ୍ଦ୍ରିୟ ନିର୍ବାଚନ କମିଟି ପାଖକୁ ପଠାଯିବ। ତା’ପରେ ନାମ ଗୁଡ଼ିକ ଘୋଷଣା କରାଯିବ।

By amfnews

Related Post