Sat. Mar 7th, 2026

ସ୍କୁଲ୍‌ରେ ପାଣି ନାହିଁ, ପୋଖରୀକୁ ଯାଇଥିବା ବେଳେ କାମୁଡ଼ିଦେଲା ସାପ

113 Views

କରଞ୍ଜିଆ : ପୋଖରୀକୁ  ଲୁଗାପଟା ସଫା କରିବାକୁ ଯାଇଥିବା ବେଳେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ସାପ କାମୁଡ଼ି ଦେଇଛି। ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍‌ ରାମସାହି ଆଶ୍ରମ ସ୍କୁଲରେ। ଅବସ୍ଥା ଗୁରୁତର ଥିବା ଏହି ଛାତ୍ରଙ୍କ ନାଁ ବିଶ୍ୱନାଥ କେରାଇ। ତାଙ୍କ ଘର ଚାଡ଼ିରିପାହାଡ଼ି ଗାଁରେ।

ବିଶ୍ୱନାଥଙ୍କୁ ସାପକାମୁଡ଼ିଥିବା ନେଇ ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଯଶୀପୁର ଡାକ୍ତରଖାନା ନେଇ ଯାଇଥିଲେ। ତେବେ ଅବସ୍ଥାର ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ଡାକ୍ତରଖାନାର ଶିଶୁ ବିଭାଗରେ ଭର୍ତ୍ତି କରାଯାଇଛି। ଗତ ଦୁଇ ଦିନ ହେବ ଲଗାତାର ବିଜୁଳି କାଟ ହୋଇଥିବାରୁ ରାମସାହି ଆଶ୍ରମ ସ୍କୁଲରେ ପାଣିର ଅଭାବ ଦେଖାଦେଇଛି। ସ୍କୁଲରେ ଥିବା ୪୨୫  ପିଲା ଏବେ ନିକଟରେ ଥିବା ପୋଖରୀକୁ ଯାଇ ନିତ୍ୟକର୍ମ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ସ୍କୁଲ ଶିକ୍ଷକ କହିଛନ୍ତି।

By amfnews

Related Post