ନୂଆଦିଲ୍ଲୀ, ଅଗଷ୍ଟ ୨୬ : ଗୁଜୁରାଟରେ ଲଗାତାର ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ିଛି । କିଛି ସ୍ଥାନ ଜଳମଗ୍ନ ହୋଇଛି । ଏହାରି ମଧ୍ୟରେ ଏକ ଭିଡିଓ ଜାରି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭିଡିଓକୁ ସେୟାର କରିଛନ୍ତି । ଟୁଇଟରରେ ଭିଡିଓ ସେୟାର କରିବା ସହ ମୋଦୀ ଲେଖିଛନ୍ତି, ବର୍ଷା ମଧ୍ୟରେ ମୋଧେରା ସୂର୍ଯ୍ୟ ମନ୍ଦିରର ଏକ ବହଂଗମ ଦୃଶ୍ୟ ଦେଖିବାକୁ ମିଳିଛି ।
ମୋଧେରା ସୂର୍ଯ୍ୟ ମନ୍ଦିରର ଭିଡିଓ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ମୋଧେରାର ପ୍ରତିଷ୍ଠିତ ସୂର୍ଯ୍ୟମନ୍ଦିର ବର୍ଷା ଦିନରେ ଭଲ ଦେଖାଯାଇଥାଏ । ସୂଚନାଯୋଗ୍ୟ, ଗୁଜୁରାଟର ଅନେକ ଜିଲ୍ଲାରେ ବିଗତ କିଛି ଦିନ ହେବ ବର୍ଷା ଜାରି ରହିଛି । ରାଜ୍ୟର କିଛି ଜିଲ୍ଲାରେ ଥିବା ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି । ପରିସ୍ଥିତି ଯୋଗୁଁ ଡ୍ୟାମ ଗୁଡ଼ିକ ଗେଟ ଖୋଲାଯାଇଛି ।
କଚ୍ଛରେ କିଛି ଦିନ ହେବ ବର୍ଷା ଜାରି ରହିଛି । ଅନ୍ୟ ଅଂଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପୁରା କଚ୍ଛ ସହର ସମୁଦ୍ର ଭଳି ପାଣି ଭର୍ତ୍ତି ହୋଇଛି । କିଛି ସ୍ଥାନରେ ଯାନବାହାନ ମଧ୍ୟ ଭାସିଯାଇଛି । ଗିର ସୋମନାଥରେ ମଧ୍ୟ ଜଳାର୍ଣ୍ଣବ ହୋଇଛି । ରାୱଲ ଡ୍ୟାମରୁ ପାଣି ଛଡ଼ାଯାଇଛି । ମୁସଳଧାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।