Tue. Apr 29th, 2025

ସୋଶାଲ୍ ମିଡିଆରେ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଏହାର ପ୍ରତିକ୍ରିୟା ରଖିଲେ ପପୁ ପମ୍‌ ପମ୍‌; ଏମିତି କହିଲେ…

By amfnews Aug 31, 2018 #Featured
223 Views

ଭୁବନେଶ୍ୱର: ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ’। ଆଜି ନିଜ ପ୍ରଶଂସକଙ୍କୁ ଏଭଳି କହିଛନ୍ତି  ହାସ୍ୟ ଅଭିନେତା ପପୁ ପମ୍ ପମ୍। ପପୁଙ୍କ ମୃତ୍ୟୁ ଖବରକୁ ନେଇ ସୋଶାଲ୍‌ ମିଡିଆରେ ଗୁଜବ ପ୍ରଚାର ହେବାପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହା ଏକ ଗୁଜବ ବୋଲି ସେ କହିଛନ୍ତି।

ପପୁଙ୍କ ସମ୍ପର୍କରେ ଗୁଜବ ପ୍ରଚାର ହେବାପରେ ସେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଅପ୍‌ଲୋଡ୍‌ କରିଛନ୍ତି। ‘ମୁଁ ସୁସ୍ଥ ଅଛି, ଚେକ୍ ଅପ୍ ପାଇଁ ଦିଲ୍ଲୀ ଯାଇଥିଲି, ଗୁଜବ ଖବର ଉପରେ ବିଶ୍ୱାସ ନ କରିବାକୁ’ ଏହି ଭିଡିଓ ମାଧ୍ୟମରେ ସେ ଅନୁରୋଧ କରିଛନ୍ତି।

ଦିଲ୍ଲୀ ଏମ୍‌ସରେ ରୁଟିନ୍ ଚେକ୍‌ ଅପ୍‌ କରାଇବା ପରେ ଭୁବନେଶ୍ୱର ଫେରିଛନ୍ତି ପପୁ।

ଏହାପୂର୍ବରୁ ମଧ୍ୟ ପପୁଙ୍କ ମୃତ୍ୟୁ ଖବରକୁ ନେଇ ଗୁଜବ ପ୍ରଚାର ହୋଇଥିଲା। ତେଣୁ ତାଙ୍କ ସମ୍ପର୍କରେ କୌଣସି ପ୍ରକାର ଭୁଲ୍‌ ଖବର ପ୍ରଚାର ନ କରିବାକୁ ପପୁ ପମ୍‌ ପମ୍‌ଙ୍କ ପତ୍ନୀ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ।

ପପୁ ଗତ ଜୁଲାଇ ୧୦ ତାରିଖରେ ସୁସ୍ଥ ହୋଇ ଦିଲ୍ଲୀରୁ ଫେରିଥିଲେ। ଦୁଇ ଦିନ ତଳେ ସେ ଚେକ୍‌ ଅପ୍ ପାଇଁ ଦିଲ୍ଲୀ ଯାଇଥିଲେ। ଅବଶ୍ୟ ସେହିଦିନ ଖବର ଆସିଥିଳା ଯେ ସେ ପୁଣି ଗୁରୁତର ହୋଇପଡ଼ିଛନ୍ତି।

ଗତ ମେ’ ୧୫ରେ  ତାଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସକୁ  ନିଆଯାଇଥିଲା। ପପୁ ସୁଟିଂ ସେଟ୍‌ରୁ ଫେରିବା ସମୟରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ହଠାତ୍‌ ରାସ୍ତାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ  ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଜନିତ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

ତାଙ୍କ ଅବସ୍ଥା ଅଧିକ ଗମ୍ଭୀର ହେବାରୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସ ପଠାଯାଇଥିଲା।

By amfnews

Related Post