138 Views
ଦିଲ୍ଲୀ,ନଭେମ୍ବର 28 : ସୋମାଲିଆର ରାଜଧାନୀ ମେଗାଦିଶୁରେ ଆତ୍ମଘାତୀ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ପ୍ରତିରକ୍ଷା ସଚିବ ଖ୍ରୀଷ୍ଟୋଫର ମିଲରଙ୍କ ଗସ୍ତର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ସୂଚନାଯୋଗ୍ୟଯେ, ଖ୍ରୀଷ୍ଟଫର୍, ମେଗାଦିଶୁରେ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ସୈନିକଙ୍କୁ ଭେଟିବାକୁ ଯାଇଥିଲେ। ଏହି ଆକ୍ରମଣକୁ ନେଇ ଅଲ-କାଏଦା ସହ ଜଡିତ ଆତଙ୍କବାଦୀ ସଂଗଠନ ଅଲ-ଶବାବ ନିଜକୁ ଦାୟୀ କରିଛି।
ସୋମାଲିଆ ସରକାରଙ୍କ ମୁଖପାତ୍ର ସଲାହ ଉମର ହାସନ ଆତ୍ମଘାତୀ ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ସରକାରଙ୍କ କହିବାନୁସାରେ, ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ବରିଷ୍ଠ ପୋଲିସ ଅଧିକାରୀ ମହମ୍ମଦ ଦହିର କହିଛନ୍ତି ଯେ ଗୁରୁତର ଆହତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ।