Sat. Nov 23rd, 2024

ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

By amfnews Jan 19, 2021 #Featured
247 Views

ନୂଆଦିଲ୍ଲୀ, ଜାନୁଆରୀ ୧୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁଜୁରାଟର ଜଣାଶୁଣା ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏଭଳି ଏକ ଉଚ୍ଚାସନରେ ଅଧିଷ୍ଠିତ ହେବାରେ ସେ ହେଉଛନ୍ତି ଦେଶର ୨ୟ ପ୍ରଧାନମନ୍ତ୍ରୀ । ଟ୍ରଷ୍ଟି ମୋଦୀଙ୍କୁ ବିନା ଦ୍ୱନ୍ଦ୍ୱରେ ସୋମନାଥ ମନ୍ଦିରର ଆଗାମୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି । ଗତ ବର୍ଷ ଅକ୍ଟୋବରରେ ସେମନାଥ ମନ୍ଦିରର ତତ୍କାଳୀନ ଅଧ୍ୟକ୍ଷ କେଶୁଭାଇ ପଟେଲଙ୍କ ମୃତ୍ୟୁ ପରେ ଏହି ପଦଟି ଖାଲି ପଡ଼ିଥିଲା । 

ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ପରେ ନରେନ୍ଦ୍ର ମୋଦୀ ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ୨ୟ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସୋମବାର ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ୱର୍ଗତଃ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । 

ଟ୍ରଷ୍ଟର ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଟିମ ସୋମନାଥଙ୍କୁ ଧନ୍ୟବାଦ ଜଣାଉଛି । ଏହି ମହାନ ଐତିହ୍ୟସ୍ଥଳକୁ ପର୍ଯ୍ୟଟକଙ୍କୁ ଉତ୍ତର ସୁବିଧା ଦେବା, ଭିତ୍ତିଭୂମିର ବିକାଶ କରିବା ଏବଂ ଅନ୍ୟ ଆନୁସଙ୍ଗିକ କାମ କରାଯିବ । ବୈଠକରେ ସୋମନାଥ ମନ୍ଦିରରେ ଥିବା ସୁବିଧା ଉପରେ ସମୀକ୍ଷା କରାଯାଇଥିଲା । 

By amfnews

Related Post