Tue. Jun 10th, 2025

ସୋନୁ ନିଗମଙ୍କ ସାଂଘାତିକ ଅଭିଯୋଗ : ମ୍ୟୁଜିକ୍‌ କଂପାନିଙ୍କ ପାକିସ୍ତାନୀ ପ୍ରେମ

By amfnews Dec 18, 2018 #Featured
179 Views

ମୁମ୍ବାଇ, ଡିସେମ୍ବର ୧୮  : ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ୍‌ ଅନେକ ସମୟରେ ନିଜର ବୟାନବାଜି ଓ ଟିପ୍ପଣୀ ଲାଗି ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସୋନୁ କହିଛନ୍ତି ଯେ ଯଦି ସେ ପାକିସ୍ତାନରେ ଜନ୍ମ ହୋଇଥା’ନ୍ତେ,ତେବେ କେତେ ଭଲ ହୋଇଥାଆନ୍ତା ଏହା ପଛର କାରଣ ମଧ୍ୟ ସୋନୁ ନିଗମ୍‌ ଦର୍ଶାଇଛନ୍ତି।
ସୋନୁ ନିଗମ୍‌ କହିଛନ୍ତି ପାକିସ୍ତାନୀ ଗାୟକମାନଙ୍କୁ ଭାରତରେ କାମ କରିବା ଲାଗି ଅତିରିକ୍ତ ଟଙ୍କା ଦେବାକୁ ପଡ଼େ ନାହିଁ। କିନ୍ତୁ ଭାରତୀୟ କଣ୍ଠଶିଳ୍ପୀ ମାନଙ୍କଠାରୁ ମ୍ୟୁଜିକ୍‌ କଂପାନିମାନେ ଟଙ୍କା ଦାବି କରୁଛନ୍ତି। ଭାରତୀୟ ଗାୟକମାନଙ୍କୁ ଗୀତ ଗାଇବା ଲାଗି ମ୍ୟୁଜିକ୍‌ କଂପାନିମାନଙ୍କୁ ଅର୍ଥ ଦେବାକୁ ପଡୁଛି। ତା’ପରେ ସେମାନଙ୍କୁ ଗୀତ ଗାଇବା ଲାଗି ଅନୁମତି ମିଳୁଛି ଓ ସେହି ଗୀତର ପବ୍ଲିସିଟି କରାଯାଉଛି।

ଏଥିପାଇଁ ସୋନୁ ଅନୁଭବ କରୁଛନ୍ତି ଯେ ଯଦି ସେ ପାକିସ୍ତାନୀ ଗାୟକ ହୋଇଥାନ୍ତେ,ତେବେ ଭାରତରେ ତାଙ୍କୁ କାମ ମିଳୁଥାନ୍ତା ଓ ଗୀତ ପାଇଁ ମ୍ୟୁଜିକ କଂପାନିମାନଙ୍କୁ ଟଙ୍କା ଦେବାକୁ ପଡ଼ୁନଥାନ୍ତା। ଯଦି ଭାରତୀୟ ଗାୟକ ଅର୍ଥ ଦେବେ ନାହିଁ,ତେବେ ସେହି ଗୀତ ବାଜିବ ନାହିଁ। ଏମିତିକି ସେ ଗୀତ ଆପଣଙ୍କୁ ମିଳିବ ନାହିଁ। ଏପରିକି ସୋ’ପାଇଁ ବି କଣ୍ଠଶିଳ୍ପୀଙ୍କୁ ଅର୍ଥ ଦେବାକୁ ପଡୁଛି। ଏହି କାରଣରୁ ନୂଆ ଗୀତ ଆସୁ ନାହିଁ,ଏବେ କେବଳ ରିମିକ୍ସ ଚାଲିଛି।

By amfnews

Related Post