304 Views
ମୁମ୍ବାଇ, ଜାନୁଆରୀ ୧୭ : କିଛି ଦିନ ତଳେ ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ କର୍କଟ ରୋଗର ଶିକାର ହେବାର ଖବର ଆସିଥିଲା । ତାହିରା ନିଜ ଇନ୍ଷ୍ଟା ଆକାଉଣ୍ଟକୁ ଯାଇ ଏ ନେଇ ସମସ୍ତଙ୍କୁ ଜଣାଇଥିଲେ । ଏହା ସହ କେମୋ ଥେରାପିର କଷ୍ଟ ବିଷୟରେ ମଧ୍ୟ କହିଥିଳେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିଛି ଦିନ ଚର୍ଚ୍ଚା ହେବା ପରେ ତାହିରାଙ୍କ ଉପରୁ ଧ୍ୟାନ ହଟି ଆସୁଥିବା ବେଳେ ଏବେ ତାହିରାଙ୍କ ଆଉ ଏକ ଫଟୋକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।