Fri. Mar 6th, 2026

ସୋ’ ମ୍ୟାନ୍‌ ସୁଭାଷ ଘାଇଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗକୁ ପ୍ରତ୍ୟାହାର କଲେ କେଟ୍‌ ଶର୍ମା

523 Views

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ କେଟ୍‌ ଶର୍ମା ବଲିଉଡର ସୋ’ ମ୍ୟାନ୍‌ ସୁଭାଷ ଘାଇଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ଚର୍ଚ୍ଚାର ବିଷୟ ବନିଥିଲେ।ଏବେ କେଟ୍‌ ଶର୍ମା କିନ୍ତୁ ଏକ ନୂଆ ପଦକ୍ଷେପ ନେଇଛନ୍ତି। । ସୁଭାଷ ଘାଇଙ୍କ ବିରୋଧରେ ଆଣିଥିବା ଯୌନ ଶୋଷଣର ଅଭିଯୋଗକୁ ସେ ପ୍ରତ୍ୟାହାର କରି ନେଇଥିବା କୁହାଯାଉଛିି। କେଟ୍‌ ଶର୍ମା ଅଭିଯୋଗ ଆଣିଥିଲେ ଯେ,ସୁଭାଷ ଘାଇ ଏକ ପାର୍ଟିରେ ତାଙ୍କ ସହିତ ଅସଦାଚରଣ କରିଥିଲେ। କେଟ୍‌ ଶର୍ମା ଅକ୍ଟୋବର ୧୨ ତାରିଖରେ ପୁଲିସ ନିକଟରେ ଏତଲା ଦେଇଥିଲେ।

ଏହାର କାରଣ ସଂପର୍କରେ ସେ କହିଛନ୍ତି ଯେ ଥାନାରେ ଏତଲା ଦେବାପରେ ମଧ୍ୟ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାର ଆଦୌ ଅଗ୍ରଗତି ହେଉ ନାହିଁ। ସେ ନ୍ୟାୟ ପାଇବାର ଆଶା ଛାଡ଼ି ଦେଇଛନ୍ତି। ତା’ଛଡ଼ା କେଟ୍‌ କହିଛନ୍ତି ଯେ ତାଙ୍କୁ ଲୋକେ ଥଟ୍ଟା ମଜ୍ଜା କରୁଛନ୍ତି। ସେ ଯୌନ ଶୋଷଣର ଶିକାର ହୋଇଥିବା ଅଭିନେତ୍ରୀଭାବେ ବ୍ରାଣ୍ଡେଡ୍‌ ହୋଇଯାଇଛନ୍ତି ବୋଲି କହିଛନ୍ତି କେଟ୍‌ ଶର୍ମା। ଏହି କାରଣରୁ ସେ ପୁଲିସ ନିକଟରେ ଯେଉଁ ଏତଲା ,ଦେଇଥିଲେ,ତାକୁ ପ୍ରତ୍ୟାହାର କରି ଦେବାକୁ ଚାହୁଁଛନ୍ତି। କାରଣ ଏହି ଘଟଣାପରେ ତାଙ୍କ ପରିବାର ମଧ୍ୟ ଅସୁବିଧା ଭୋଗୁଛନ୍ତି।

By amfnews

Related Post