Wed. Jun 11th, 2025

ସେୟାର ବଜାରରେ କ୍ରମାଗତ ତିନି ଦିନ ବୃଦ୍ଧି, ନିବେଶକଙ୍କୁ ୫.୩୦ ଲକ୍ଷ କୋଟି ଟଙ୍କାର ଫାଇଦା

By amfnews Oct 17, 2018 #Featured
210 Views

ନୂଆଦିଲ୍ଲୀ, ଅକ୍ଟୋବର୧୬ :  ସେୟାର ବଜାରରେ କ୍ରମାଗତ ତିନି ଦିନ ବୃଦ୍ଧି ପରେ ନିବେଶକଙ୍କୁ ୫.୩୦ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି। ଗତ ତିନି ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ର ସୂଚକାଙ୍କ ସେନସେକ୍ସରେ ୪୨୮.୯ ପଏଣ୍ଟ ଉପରକୁ ଉଠିଛି। ମଙ୍ଗଳବାର ସେନସେକ୍ସ ୨୯୭.୩୮ ଅଙ୍କ ବୃଦ୍ଧି ସହିତ କାରବାର ୩୫,୧୬୨.୪୮ରେ ବନ୍ଦ ରହିଛି। ଏହା ମଧ୍ୟରେ ଆମେରିକା ଡଲାର ତୂଳନାରେ ଟଙ୍କା ୩୫ ପଇସା ମଜବୁତ ହୋଇ ୭୩.୪୮ ସ୍ତରରେ ପହଞ୍ଚି ଯାଇଛି।

ବିଶେଷଜ୍ଞ ଭିକେ ଶର୍ମା କହିଛନ୍ତି ଯେ, ଅଶୋଧିତ ତୈଳ ଦରର ମୂଲ୍ୟ ହ୍ରାସ ଏବଂ ଟଙ୍କାର ମଜବୁତ କାରଣରୁ ଭାରତୀୟ ବଜାରରେ କ୍ରମାଗତ ତୃତୀୟ ଦିନ ବୃଦ୍ଧି ଦେଖିବାକୁ ମିଳିଛି। ମଙ୍ଗଳବାର ବିଏସଇରେ ଜେଟ୍ ଏୟାରଓ୍ଵେଜର ସେୟାରରେ ୮.୪୧ ପ୍ରତିଶତ, ଇଣ୍ଟରଗ୍ଲୋବ ଏଭିଏସନର ସେୟାରରେ ୪.୨୪ ପ୍ରତିଶତ ଓ ସ୍ପାଇସ୍ ଜେଟର ସେୟାରରେ ୪.୨୪ ପ୍ରତିଶତ ବୃଦ୍ଧି ଘଟିଛି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ତୈଳ ବିପଣନକାରୀ କମ୍ପାନୀ ଓ ଆଇଓସିର ସେୟାରର ମଧ୍ୟ ମଜବୁତ ହୋଇଛି। ଅଶୋଧିତ ତୈଳ ଦରରେ ହ୍ରାସ ପରେ ଏହି ସବୁ ସେୟାରରେ ୨.୦୬ ପ୍ରତିଶତ ବୃଦ୍ଧି ଘଟିଛି। ମଙ୍ଗଳବାର  ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟି ୭୨.୨୫ ଅଙ୍କ ବୃଦ୍ଧି ସହିତ ୧୦,୫୮୪ରେ ବନ୍ଦ ହୋଇଛି। ଚଳିତ ସପ୍ତାହର ଦ୍ଵିତୀୟ ଦିନରେ ସେନସେକ୍ସ ୧୩୯.୨୩ ଅଙ୍କର ବୃଦ୍ଧି ସହିତ ୩୫,୦୦୪.୩୩ ରେ ଏବଂ ନିଫଟି ୩୭.୬୫ ଅଙ୍କର ବୃଦ୍ଧି ସହିତ ୧୦,୫୫୦ ଅଙ୍କରେ କାରବାର ଅାରମ୍ଭ କରିଥିଲା।

By amfnews

Related Post