Fri. Nov 22nd, 2024

ସୋସିଆଲ ମିଡିଆର ପୋଷ୍ଟଠୁ ନେଇ ଇମେଲ ପର୍ଯ୍ୟନ୍ତ ସବୁଥିରେ ନଜର ରଖିବେ ମୋଦୀ ସରକାର

By amfnews May 30, 2018 #Featured
216 Views

ନୂଆଦିଲ୍ଲୀ,ମେ୩୦: ମୋଦୀ ସରକାର ଏବେ ଏମିତି କମ୍ପାନୀ ସନ୍ଧାନରେ ଅଛନ୍ତି ଯିଏ  ସାମାଜିକ ଗଣମାଧ୍ୟମରେ ସେୟାର କରାଯାଉଥିବା ସାମଗ୍ରୀ ଉପରେ ନଜର ରଖିବେ, ଏହାର ବିଶ୍ଳେଷଣ କରିବେ। ଏହା ସହିତ କମ୍ପାନୀ ସରକାରଙ୍କ ସାହାଯ୍ୟରେ ଜାତୀୟତାଭାବନା ବିସ୍ତାର କରିବା ଏବଂ ଦେଶ ବିରୋଧୀ ଦୁପ୍ରଚାରକୁ ରୋକିବା ଦିଗରେ କାର୍ୟ୍ୟ କରିବେ।

ଅନ୍ତରାଷ୍ଟ୍ରୀୟ ମିଡିଆ ବ୍ଲୁମର୍ଗର ଖବର ମୁତାବକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନଲାଇନ ଟେଣ୍ଡର ଜାରି କରି ଏମିତି କମ୍ପାନୀଙ୍କଠୁ ଆବେଦନ ପତ୍ର ମାଗିଛି। ମୋଦୀ ସରକାର ଏମିତି କମ୍ପାନୀର ସନ୍ଧାନରେ ଅଛନ୍ତି ଯିଏ ସାମାଜିକ ଗଣମାଧ୍ୟମ ଉପରେ ନଜର ରଖିବା ପାଇଁ ଏକ ସଫ୍ଟଓୟାର ସମେତ ଅତି କମରେ ୨୦ ଲୋକଙ୍କ ବିଶେଷ ଟିମ୍ ସହିତ ସରକାରଙ୍କୁ ଏକ ରିଏଲ ଟାଇମ ନ୍ୟୁ ମିଡିଆ କମାଣ୍ଡ ରୁମର ସୁବିଧା ଦେଇ ପାରିବ।

ମନ୍ତ୍ରଣାଳୟର ବିଜ୍ଞାପନ ମୁତାବକ ଉକ୍ତ କମ୍ପାନୀ ଟ୍ଵିଟର, ୟୁଟ୍ୟୁବ୍, ଲିଙ୍କଡଇନ ସମେତ ସମସ୍ତ ଇଣ୍ଟରନେଟ୍ ଫୋରମ ଏବଂ ଇମେଲର ସମୀକ୍ଷା କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଉଥିବା ସମ୍ବେଦନଶୀଳ ପୋଷ୍ଟକୁ ଚିହ୍ନଟ କରିବେ। ଏହା ସହିତ କମ୍ପାନୀ ଫେକ୍ ନ୍ୟୁଜର ଚିହ୍ନଟ କରି କେନ୍ଦ୍ର ସରକାରଙ୍କୁ ଏହି ବିଷୟରେ ସୂଚିତ କରାଇବ। କେନ୍ଦ୍ର ସରକାର ଦାବି କରିଛନ୍ତି ଯେ ସେ ସମ୍ବେଦନଶୀଳ ଏବଂ ଫେକ୍ କଣ୍ଟେଟକୁ ରୋକିବା ସହିତ ଏମିତି ପୋଷ୍ଟର ପ୍ରୟୋଗ କରାଯିବ ଯାହା ଦେଶର ଛବିକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ।

ଉଲ୍ଲେଖଯୋଗ୍ୟ ଗତ ୪ ବର୍ଷ ସମୟରେ ମୋଦୀ ସରକାରଙ୍କ କାର୍ୟ୍ୟକାଳରେ ପିଏମଓ ସମେତ ସରକାରର ସମସ୍ତ ମନ୍ତ୍ରଣାଳୟ ଓ କ୍ୟାବିନେଟ୍ ମନ୍ତ୍ରୂୀ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଛନ୍ତି। ସାମାଜିକ ଗଣମାଧ୍ୟମର ସାହାରା ନେଇ ଅଧିକାଂଶ ମନ୍ତ୍ରୀ ନିଜର ନୂତନ ନୀତିକୁ ପ୍ରଚାର କରିବା ଏବଂ ନାଗରିକଙ୍କ ସହିତ ସିଧାସଳଖ ଆଲୋଚନା କରିବାକୁ ପ୍ରୟାସ କରୁଛନ୍ତି। ଏବେ କେନ୍ଦ୍ର ସରକାର ଆଉ ପାଦେ ଆଗକୁ ବଢାଇବାକୁ ଚାହୁଁଛନ୍ତି।

କେନ୍ଦ୍ର ପକ୍ଷରୁ ଜାରି ନୂତନ ଟେଣ୍ଡରରୁ ଏହା ସ୍ପଷ୍ଟ ହୋଇଛି ଯେ ମୋଦୀ ସରକାର ଏବେ ଦେଶର ଛବିକୁ ଅଧିକ ସଶକ୍ତ କରିବା ପାଇଁ ଏକ ଶକ୍ତିଶାଳୀ ସଫ୍ଟଓୟାର ସହିତ ଏକ ମଜଭୁତ ପେଶାଦାର ଟିମର ବ୍ୟବହାର କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ଦଲିଲ ଏହା ଯେ ୨୦୧୯ ସାଧାରଣ ନିର୍ବାଚନ ଏବଂ ଏହା ପୂର୍ବରୁ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଶର ରାଷ୍ଟ୍ରୀୟତା ଭାବନାର ସଞ୍ଚାର କରି ଦେଶରେ ସକରାତ୍ମକ ଛବିର ପ୍ରଚାର କରିବାକୁ ଚାହୁଁଛନ୍ତି।

By amfnews

Related Post