Wed. Mar 11th, 2026

ସୋନପୁରରେ ଗଣଦୁ‌ଷ୍କର୍ମ, ୨ ଅଟକ

260 Views

ସୋନପୁର : ଗତ ଶନିବାର ରାତିରେ ଜଣେ ଯୁବତୀଙ୍କୁ ସୋନପୁରରେ ଗଣ ଦୁଷ୍କର୍ମ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତକୁ ସୋନପୁର ଥାନା ପୁଲିସ ଅଟକ ରଖି ପଚରା ଉଚୁରା କରୁଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋନପୁର ଝୁପୁଡ଼ିପଡ଼ାର ଜଣେ ୨୫ ବର୍ଷ ବୟସ୍କା ଯୁବତୀ ସୋନପୁରର ଏକ ଲୁଗା ଦୋକାନରେ କାମ କରନ୍ତି। ଶନିବାର କାମ ସାରି ରାତି ପ୍ରାୟ ୯ଟା ସମୟରେ ଘରକୁ ସାଇକଲରେ ଫେରୁଥିଲେ। ଏହି ସମୟରେ ଝୁପୁଡ଼ିପଡ଼ାର ସୁଶାନ୍ତ ବାଗ(୨୫), ରୁନୁ ନାଗ(୨୫) ଏବଂ ରଥି ବାଗ(୨୫) ତାଙ୍କୁ ଅଟକାଇ ରୟାଲ ପଡ଼ିଆ ନିକଟସ୍ଥ ଜିମ୍‌ ପାଖକୁ ‌ଟେକି ନେଇ ଯାଇଥିଲେ। ସେଠାରେ ସୁଶାନ୍ତ ଏବଂ ରୁନୁ ଗଣଦୁଷ୍କର୍ମ କରିଥିବା ବେଳେ ଅନ୍ୟ ସହଯୋଗୀ ରଥି ‌ଫଟୋ ଉଠାଇଥିବା ନେଇ ପୀଡ଼ିତା ଯୁବତୀଙ୍କ ବାପା ସୋନପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ସୋନପୁର ଥାନାରେ ଏକ ଗଣଦୁ‌ଷ୍କର୍ମ ମାମଲା ରୁଜୁ ହେବା ସହିତ ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଏବଂ ରୁନୁକୁ ଅଟକ ରଖି ପଚରା ଉଚୁରା କରୁଛି। ଅନ୍ୟ ଅଭିଯୁକ୍ତ ରଥି ବାଗ ଫେରାର ରହିଛି।

By amfnews

Related Post