Thu. Nov 28th, 2024

ସେଲ୍ ହକି ଏକାଡେମୀର ବିଜୟଧାରା ଜାରି ସ୍ୱର୍ଗତ ସେଠ୍ ବଲଭଦୁଆଜୀ କାୟଲ ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ଚମ୍ପିୟନ

By amfnews Dec 18, 2018 #Featured
120 Views

ରାଉରକେଲା, ୧୮ା୧୨  : ଆର୍ଏସ୍ପିର ହକି ଏକାଡେମୀ ଅନ୍ୟ ଏକ ସମ୍ମାନଜନକ ଜାତୀୟ ପ୍ରତିଯୋଗିତାରେ ଚମ୍ପିୟନ ଆଖ୍ୟା ଲାଭ ସହ ଏହାର ବିଜୟଧାରା ଜାରି ରଖିଛି । ସେଲ୍ ହକି କୋଡେମୀ ଦଳ ମହାରାଷ୍ଟ୍ରର ହିଙ୍ଗୋଲିଠାରେ ଗତ ୧୦ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ସ୍ୱର୍ଗତ ସେଠ୍ ଭଲଭଦୁଆଜୀ କାୟଲ ଜାତୀୟ ହକି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ ଟ୍ରଫି ଲାଭ କରିଛି । ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ଭାଗରୁ ୩୭ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେଲ୍ ହକି ଏକାଡେମୀ ଦଳ ପ୍ରତିଯୋଗିତାର ଲିଗ୍ ମ୍ୟାଚ୍ରେ ମହାରାଷ୍ଟ୍ର ପୁଲିସ୍ ଏବଂ ଔରାଙ୍ଗାବାଦ ଦଳକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ôଚଥିଲା ।

କ୍ୱାର୍ଟ ଫାଇନାଲରେ ଉକ୍ତ ଦଳ ଅମରାବତୀ ଦଳକୁ ୪-୩ ଗୋଲ୍ରେ ହରାଇ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା । ସେଲ୍ ହକି ଏକାଡେମୀ ଦଳ ଏଓସି ସିକନ୍ଦରାବାଦକୁ ୩-୧ ଗୋଲ୍ରେ ପରାସ୍ତ କରି ଫାଇନାଲରେ ସ୍ଥାନ ପାଇଥିଲା । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ଫାଇନାଲ ମ୍ୟାଚ୍ରେ ସେଲ୍ ହକି ଏକାଡେମୀ ଚିତ୍ତାକର୍ଷକ ହକି ଖେଳର ପ୍ରଦର୍ଶନ କରି ଆର୍ମି ଆର୍ଟିଲେରି ସେଣ୍ଟର ନାସିକକୁ ୨-୧ ଗୋଲ୍ରେ ପରାସ୍ତ କରି ଚମ୍ପିୟନ ଆଖ୍ୟା ଲାଭ କରିଛି । ଦଳର ସଦସ୍ୟ କିଙ୍ଗସନ ସିଂହ ଫାଇନାଲ ମ୍ୟାଚ୍ରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ଲାଭ କରିଥିବା ବେଳେ ସମୀର ଏକ୍କା ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ଲାଭ କରିଥିଲେ । ଯାହା ଦଳ ମଧ୍ୟରେ ଅଧିକ ଆନନ୍ଦ ଓ ଉତ୍ସାହ ଆଣି ଦେଇଥିଲା ।

ସୂଚନାଯୋଗ ଯେ, ଏହି ଦଳ ପୁନେସ୍ଥିତ ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିବା ମର୍ଯ୍ୟାଦାଜନକ ୧୧୫ତମ ସର୍ବଭାରତୀୟ ଆଗା ଖାନ୍ ସ୍ୱର୍ଣ୍ଣ କପ୍ ହକି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପ୍ରଥମ ପଦାର୍ପଣରେ ଚମ୍ପିୟନ ଆଖ୍ୟା ଲାଭ କରିଥିଲା । ସେଲ୍ ହକି ଏକାଡେମୀ ନିମନ୍ତେ ବର୍ଷ ୨୦୧୮ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହୋଇଛି । ଏକାଡେମୀ ଚଳିତ ବର୍ଷ ଦେଶର ବହୁ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ସଫଳତା ଲାଭ କରିଛି । ଏକାଡେମୀର ବହୁ ସଦସ୍ୟ ଭାରତୀୟ ଜାତୀୟ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି । ସେଲ୍ ହକି ଏକାଡେମୀର ପ୍ରାକ୍ତ କ୍ୟାଡେଟ୍ ବିରେନ୍ଦ୍ର ଲାକ୍ରା ଭୁବନେଶ୍ୱରରେ ନିକଟରେ ଉଦ୍ଯାପିତ ହକି ବିଶ୍ୱକପ୍ରେ ଭାରତୀୟ ଜାତୀୟ ଦଳର ପ୍ରତିନିଧିତ୍ୱ କରି ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରିଥିଲେ ।

ଏଥିସହ ସେଲ୍ ହକି ଏକାଡେମୀର ସିଲାନନ୍ଦ ଲାକ୍ରା ଓ ପଙ୍କଜ ରଜାକ ମାଲେସିଆରେ ଅନୁଷ୍ଠିତ ଆଜଲାନ ସାହ କପ୍ ହକି ଚମପ୍ିୟନସିପ୍ ଓ ସୁଲତାନ ଜୋହର କପ୍ ହକି ଚମ୍ପିୟନସିପ୍ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ଚଳିତ ବର୍ଷ ସେଲ୍ ହକି ଏକାଡେମୀର ସମ୍ମାନଜନକ ନବଗ୍ରହ ଟ୍ରଫି ସର୍ବଭାରତୀୟ ଆମନ୍ତ୍ରଣୀୟ ହକି ଟୁର୍ଣ୍ଣାମେଣ୍ଟ ଏବଂ ଅଷ୍ଟମ ବିନୋଦ ଖାଣ୍ଡେକର ୨୧ ବର୍ଷରୁ କମ୍ ସର୍ବଭାରତୀୟ ସ୍ୱର୍ଣ୍ଣ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ ହୋଇଥିଲା । ସେଲ୍ ହକି ଏକାଡେମୀ ଏହି ଅଞ୍ଚଳର ଯୁବ ହକି ପ୍ରତିଭାମାନଙ୍କ ପୃଷ୍ଠପୋଷକତା ଓ ଖେଳ ଦକ୍ଷତାର ବିକାଶ ସାଧନରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛି । ଉକ୍ରୃଷ୍ଟ ଭିତ୍ତିଭୂମି ସୁବିଧା ଓ ସୁନାମଧନ୍ୟ ପ୍ରଶିକ୍ଷକଙ୍କ ନିପୁଣ ପ୍ରଶିକ୍ଷଣ ଦ୍ୱାରା ସେଲ୍ ହକି ଏକାଡେମୀ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳୀ ସୃଷ୍ଟି କରିବାରେ ସକ୍ଷମ ହେଉଛି ଯେଉଁମାନେ ସମଗ୍ର ଅଞ୍ଚଳ ଓ ଦେଶ ପାଇଁ ଗୌରବ ଆଣି ଦେଉଛନ୍ତି ।

By amfnews

Related Post