Sat. Nov 23rd, 2024

ସେଲ୍ ଲାଭାର୍ଜନରେ ବୃଦ୍ଧି, ପ୍ରଥମ ତ୍ରୈମାସରେ ୫୪୦.୪୩ କୋଟି ଲାଭ

rklsanchar@gmail.com' By J.N. Pradhan Aug 5, 2018 #Featured
143 Views

ରାଉରକେଲା, ୫ା୮ () : ମହାରତ୍ନ କମ୍ପାନୀ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ ସେଲ୍ ୨୦୧୮-୧୯ ଆର୍ôଥକ ବର୍ଷର ଅପ୍ରେଲରୁ ଜୁନ୍ ପ୍ରଥମ ତ୍ରୈମାସରେ ୫୪୦.୪୩ କୋଟି ଟଙ୍କାର କର ପରବର୍ତ୍ତୀ ଲାଭାର୍ଜନ କରିଛି । ପ୍ରଥମ ତ୍ରୈମାସରେ ସେଲ୍ର ସମୁଦାୟ କାରବାର କ୍ଷେତ୍ରରେ ଅନୁରୂପ ପୂର୍ବବର୍ଷ ତୁଳନାରେ ୨୨.୪୨% ଅଭିବୃଦ୍ଧି ହୋଇ ୧୫୭୪୩.୨୧ କୋଟି ଟଙ୍କା ହାସଲ ହୋଇଛି । ସେଲ୍ ପ୍ରଥମ ତ୍ରୈମାସରେ ୨୬୮୫.୪୬ କୋଟି ଟଙ୍କା ସୁଧ, କର, ମୂଲ୍ୟହ୍ରାସ ଏବଂ ପରିଶୋଧନ ପୂର୍ବ ଆୟ ଇବିଆଇଟିଡିଏ ହାସଲ କରିଛି, ଯାହା ଅନୁରୂପ ପୂର୍ବ ବର୍ଷ ଅବଧିରେ ୨୨.୭୧ କୋଟି ଟଙ୍କା ଥିଲା । ସାମଗ୍ରୀକ ପ୍ରଦର୍ଶନରେ ତ୍ୱରାନ୍ୱିତ ଉକ୍ରୃଷ୍ଟ ଫଳାଫଳ କମ୍ପାନୀ ସାମୁଦାୟିକଙ୍କ ସମ୍ମିଳିତ ପ୍ରୟାସକୁ ଦର୍ଶାଉଛି ।

ସେଲ୍ ଏହାର କ୍ଷମତାରେ ବୃଦ୍ଧି ଏବଂ କାର୍ଯ୍ୟ ନିପୁଣତା ଓ ବୈଷୟିକ ଆର୍ôଥକ ପରିମାପକତାରେ ଅଧିକ ଉନ୍ନତି ପାଇଁ ନିରବଚ୍ଛିନ୍ନ ପ୍ରୟାସ ଜରିଆରେ ଏହାର ସମସ୍ତ ପରିଚାଳନାରେ ବ୍ୟାପକ ଉନ୍ନତି ଆଣୁଛି । ୨୦୧୮-୧୯ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ କମ୍ପାନୀର ସମୁଦାୟ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନର ପରିମାଣ ୩.୬୧ ନିୟୁତ ଟନ୍ ଥିଲା । ଅନୁରୂପ ପୂର୍ବ ବର୍ଷ ତୁଳନାରେ ୧୩% ଅଧିକ ଅଟେ ।

ଆଲୋଚ୍ୟ ତ୍ରୈମାସରେ କମ୍ପାନୀର ସମୁଦାୟ ବିକ୍ରି ପରିମାଣ ୩.୨୭୧ ନିୟୁତ ଟନ୍ ରହିଛି ଏବଂ ଅନୁରୂପ ପୂର୍ବ ବର୍ଷ ତୁଳନାରେ ଏ କ୍ଷେତ୍ରରେ କମ୍ପାନୀ ୮% ଅଭିବୃଦ୍ଧି ହାସଲ କରିଛି । ଏଥିସହ ଟନ୍ ପିଛା ବିକ୍ରିରେ ୮୨୧୧ ଟଙ୍କା ଇବିଆଇଟିଡିଏ ହାସଲ, କମ୍ପାନୀ ସମସ୍ତ ପ୍ରକ୍ରିୟାର ସୁଦୃଢ ପରିଚାଳନାର ଏକ ପ୍ରତଫଳନ ଅଟେ । କମ୍ପାନୀ ବୈଷୟିକ ଆର୍ôଥକ ପରିମାପକତା କ୍ଷେତ୍ରରେ ମଧ୍ୟ ଅଧିକ ଉନ୍ନତି ହାସଲ କରିଛି । ଏହିକ୍ରମରେ କୋକ ହାରରେ ୩%, ବ୍ଲାଷ୍ଟ ଫର୍ଣ୍ଣେସ ଉତ୍ପାଦକତାରେ ୨% ଏବଂ ଆପେକ୍ଷିକ ଶକ୍ତି ଉପଯୋଗ କ୍ଷେତ୍ରରେ ୩% ଉନ୍ନତି ହାସଲ କରିଛି ।

ଏହି ଅବସରରେ ନିଜ ବକ୍ତବ୍ୟରେ ସେଲ୍ ଅଧ୍ୟକ୍ଷ ସରସ୍ୱତୀ ପ୍ରସାଦ କହିଲେ ଯେ, ବିଗତ କିଛି ତ୍ରୈମାସ ଧରି କମ୍ପାନୀର ପରିଚାଳନାଗତ ପ୍ରଦର୍ଶନରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ଏହି ଉନ୍ନତି ପ୍ରଦର୍ଶନର ଧାରା ଜାରି ରହିବ । ସେଲ୍ ବିବିଧ ନୂତନ ପ୍ରୟାସ ଗ୍ରହଣ କରିଛି ଯାହା କମ୍ପାନୀର ସ୍ଥିତି ଓ ଆର୍ôଥକ ପ୍ରଦର୍ଶନରେ ଉନ୍ନତି ଆଣିବାରେ ସହାୟକ ହେବ ।

Related Post