Sat. Mar 7th, 2026

ସେଲଫି ନେଉଥିଲେ, ମହାନଦୀରେ ଖସି ପଡ଼ିଲେ

158 Views

ସୁବର୍ଣ୍ଣପୁର : ବିପଦଜ୍ଜନକ ଭାବେ ସେଲ୍‌ଫି ନେବା କାଳ ହେଲା। ୪୦ ଫୁଟ ଉଚ୍ଚରୁ ନଦୀକୁ ପଡ଼ିଥିଲେ ମଧ୍ୟ ଅଳ୍ପକେ ରକ୍ଷା ପାଇଲେ ଯୁବକ। ଗୁରୁତର ଅବସ୍ଥାରେ ଏବେ ସେ  ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଯୁବକଜଣକ ହେଲେ ଜିତୁ ନାୟକ। ତାଙ୍କ ଘର ସୋନପୁର ସହରସ୍ଥିତ ପଟାଭାଡିରେ।

ଗତକାଲି ଜିତୁ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ମହାନଦୀ ବ୍ରିଜ୍‌ ଆଡେ ବୁଲିବାକୁ ଯାଇଥିଲେ।  ସେଠାରେ ଜିତୁ  ବ୍ରିଜର ବାଡ଼ ଉପରକୁ  ଚଢ଼ି ସେଲଫି ଉଠାଉଥିଲେ।  କିନ୍ତୁ  ନିୟନ୍ତ୍ରଣ ହରାଇ  ନଦୀରେ  ପଡ଼ି ଯାଇଥିଲେ।  ଖବର ପାଇ ସୋନପୁର ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୪୦ ଫୁଟ୍‌ ତଳକୁ କଚାଡ଼ି ହୋଇ ପଡ଼ିଥିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

By amfnews

Related Post