Thu. Jan 23rd, 2025

ସେପ୍ଟେମ୍ବର ୧୪ରୁ ‘ସେବା ସପ୍ତାହ’, ବିଜେପି ପାଳିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ

By amfnews Aug 30, 2020 #fatured
208 Views

ନୂଆଦିଲ୍ଲୀ, ଅଗଷ୍ଟ ୩୦ : ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ପାଳନ ହେବ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କଟକଣା ମଧ୍ୟରେ ପାଳନ ହେବ । ଭାରତୀୟ ଜନତା ପାର୍ଟି (ବିଜେପି) ମୋଦୀଙ୍କ ଜନ୍ମ ଦିନ ଅବସରରେ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ଠାରୁ ‘ସେବା ସପ୍ତାହ’ ଆରମ୍ଭ କରିବାକୁ ଯାଉଛି । ଏହି ସପ୍ତାହ ସେପ୍ଟେମ୍ବର ୨୦ ଯାଏଁ ଜାରି ରହିବ ।

ସୂଚନାଯୋଗ୍ୟ, ଗତ ବର୍ଷ ପ୍ରଧାନମନ୍ତ୍ରୀ ନିଜର ୬୯ତମ ଜନ୍ମଦିନ ଅବସରରେ ପ୍ରଥମେ ତାଙ୍କର ମା’ଙ୍କ ଠାରୁ ଆଶୀର୍ବାଦ ନେଇ ଦିନ ଆରମ୍ଭ କରିଥିଲେ । ଜନ୍ମଦିନ ଅବସରରେ ମୋଦୀ ଗୁଜୁରାଟରେ ଅଧିକ ସମୟ ଅତିବାହିତ କରିଥିଲେ । ଏହା ପୂର୍ବରୁ ସେ ସେପ୍ଟେମ୍ବର ୧୩ ତାରିଖ ରାତି ୧୧ଟାରେ ଅହମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରେ ମୋଦୀଙ୍କ ସ୍ୱାଗତ ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ପହଂଚିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୧୪ ଭୋର ସକାଳୁ ମା’ ହୀରାବେନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ମା’ଙ୍କ ଠାରୁ ଆଶୀର୍ବାଦ ନେବା ପରେ କିଛି ସମୟ ଘରେ ବସି ମା’ଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏହାପରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବାହାରିଥିଲେ । ସେ ଗାନ୍ଧୀନଗର ହେଲିପ୍ୟାଡ ଠାରୁ ନର୍ମଦା କେୱାଡିଆ କଲୋନୀରେ ବିକାଶ କାମ ସମୀକ୍ଷା କରି ପୂର୍ବାହ୍ଣ ୯ଟା ୩୦ରେ ସର୍ଦ୍ଦାର ସରୋବର ଡ୍ୟାମ ଗସ୍ତ କରିଥିଲେ ।  ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦୀ ନର୍ମଦା ନଦୀରେ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନର୍ମଦାରେ ପୂଜାର୍ଚ୍ଚନା କରୁଥିବା ବେଳେ ଏହି ସମୟରେ ରାଜ୍ୟର ୫୦୦୦ ନଦୀ, ପୋଖରୀ ଓ ଡ୍ୟାମରେ ମଧ୍ୟ ପୂଜାର୍ଚ୍ଚନା ହୋଇଥିଲା । ସୌନ୍ଦର୍ଯ୍ୟ ଦେଖିବେ ।

By amfnews

Related Post