Fri. Mar 6th, 2026

ସୃଷ୍ଟି କରାଯାଇଥିବା ‘ସିଡିଏସ୍‌’ ପଦବୀ ଆଧୁନିକ ଯୁଦ୍ଧ-ବ୍ୟବସ୍ଥାରେ ଥିବା ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବା ପାଇଁ ସହାୟକ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

228 Views

ନୂଆଦିଲ୍ଲୀ : ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ପଦବୀ ସୃଷ୍ଟି କରାଯିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଓ ସାମଗ୍ରିକ ସଂସ୍କାର। ବଦଳି ଚାଲିଥିବା ଆଧୁନିକ ଯୁଦ୍ଧ-ବ୍ୟବସ୍ଥାରେ ଥିବା ଚ୍ୟାଲେଞ୍ଜ୍‌ରସମ୍ମୁଖୀନ ହେବା ପାଇଁ ଏହା ଦେଶକୁ ସହାୟତା କରିବ।

ସେନାରେ ଯୋଗ ଦେଇ ଦେଶ ଲାଗି ପ୍ରାଣବଳି ଦେଇଥିବା ଯବାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନବ ନିଯୁକ୍ତ ସିଡିଏସ୍‌ ଜେନେରାଲ୍‌ ବିପିନ ରାଓ୍ଵାତଙ୍କୁ ଅତ୍ୟନ୍ତ ଉତ୍ତମ ଅଧିକାରୀ କହି ଖୁବ୍‌ ପ୍ରଶଂସା କରିଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି: ମୁଁ ଆନନ୍ଦିତ ଯେ ନୂଆବର୍ଷ, ନୂଆ ଦଶନ୍ଧି ଆରମ୍ଭ ବେଳେ ଭାରତ ଜେନେରାଲ୍‌ ବିପିନ ରାଓ୍ଵତଙ୍କୁ ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ଭାବେ ପାଇଛି। ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଦାୟିତ୍ୱ ଲାଗି ତାଙ୍କର ସଫଳତା କାମନା କରୁଛି। ସେ ହେଉଛନ୍ତି ଆନ୍ତରିକ ଉତ୍ସାହରେ ଭାରତର ସେବା କରୁଥିବା ଜଣେ ଅତ୍ୟନ୍ତ ଉତ୍ତମ ଅଧିକାରୀ।

ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଛନ୍ତି ଯେ ଭାରତରେ ଜଣେ ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ରହିବେ ବୋଲି ୨୦୧୯ ମସିହା ଅଗଷ୍ଟ ୧୫ ତାରିଖ ଦିନ ଲାଲ୍‌ କିଲାର ପ୍ରାଚୀର ଉପରୁ ସେ ଘୋଷଣା କରିଥିଲେ।

ଆମ ସାମରିକ ବଳର ଆଧୁନିକୀକରଣର ଗୁରୁ ଦାୟିତ୍ୱ ରହିଛି ଏହି ଅନୁଷ୍ଠାନ ଉପରେ। ଏହା ୧. ୩ କୋଟି ଭାରତୀୟଙ୍କର ଆଶା ଓ ଆକାଙ୍‌କ୍ଷା କଥା ମଧ୍ୟ ବିଚାର କରିବ।

By amfnews

Related Post