Fri. Jun 13th, 2025

ସୁସ୍ଥ ହେଲେ କଳାହାଣ୍ଡି କରୋନା ଆକ୍ରାନ୍ତ

By amfnews Apr 13, 2020 #Featured
194 Views

ଭୁବନେଶ୍ୱର : କରୋନାର କାଳିମା ଭିତରେ ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସି ଖବର ଆସି ପହଞ୍ଚିଛି। ରବିବାର ପୁଣି ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା କୋଭିଡ୍‌ ଆକ୍ରାନ୍ତ।

ସେ ସୁସ୍ଥ ହେବା ବାବଦରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଜରିଆରେ ତଥ୍ୟ ଦିଆଯାଇଥିଲା। ବିଭାଗ ପକ୍ଷରୁ କୁହାଯାଇଛି, ଏହି ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପରେ ନେଗେଟିଭ୍ ଆସିଛି। ସେ ବର୍ତ୍ତମାନ କଟକର ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଟ୍ୱିଟ୍‌ ଜରିଆରେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ପ୍ରଥମେ ୨ ଜଣ ଏବଂ ପରେ ଏକାଥରେ ୧୦ ଜଣ ସୁସ୍ଥ ହୋଇଥିଲେ। ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବବତ୍‌ ୫୪ରେ ସୀମିତ ରହିଥିବାବେଳେ ପରୀକ୍ଷା ଏବଂ ଅନ୍ୟ କିଛି ତଥ୍ୟ ଖବର ଲେଖାହେବା ସୁଦ୍ଧା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ପରିବର୍ତ୍ତନ କରାଯାଇନି।

By amfnews

Related Post