Sun. Nov 24th, 2024

ସୁଶାନ୍ତ ସିଂହ କେସର ତଦନ୍ତ ସିବିଆଇ କରିବ ନାଁ ମୁମ୍ବାଇ ପୋଲିସ, ସୁପ୍ରିମକୋର୍ଟରେ ଆଜି ଶୁଣାଣୀ

By amfnews Aug 19, 2020 #Featured
108 Views

ନୂଆଦିଲ୍ଲୀ, ଅଗଷ୍ଟ ୧୯  : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ସୁପ୍ରିମ କୋର୍ଟରେ ବୁଧବାର ସକାଳ ୧୧ଟାରେ ଶୁଣାଣୀ ହୋଇପାରେ । ସୁପ୍ରିମ କୋର୍ଟ ଏହା ନିର୍ଦ୍ଧାରଣ କରିବେ ଯେ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ନାଁ ମୁମ୍ବାଇ ପୋଲିସ ।

ସୂଚନାଯୋଗ୍ୟ, ବିହାର ସରକାର ପୂର୍ବରୁ ହିଁ ପାଟଣାରେ ରୁଜୁ ହୋଇଥିବା ମାମଲାର ଯାଂଚ ସିବିଆଇକୁ ଦାଖଲ କରିଥିଲେ । ମହାରାଷ୍ଟ୍ର ସରକାର ସିବିଆଇକୁ ଯାଂଚ ଦାଖଲ କରାଯିବା ନେଇ ବିରୋଧ କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ଅପିଲ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁ । ମୁମ୍ବାଇ ପୋଲିସ ମାମଲାକୁ ନେଇ ୫୬ ଜଣଙ୍କର ବୟାନ ରେକର୍ଡ କରିଥିବା ବେଳେ ପୂରା ମାମଲା ମୁମ୍ବାଇ ପୋଲିସ ଅନ୍ତର୍ଗତ । କାରଣ ଘଟଣା ମୁମ୍ବାଇରେ ହିଁ ଘଟିଛି । ପୀଡ଼ିତ, ଅଭିଯୁକ୍ତ ଓ ସାକ୍ଷୀ ସମସ୍ତେ ମୁମ୍ବାଇର ।

ସୁଶାନ୍ତଙ୍କ ପିତା ଏଫଆଇଆର ରୁଜୁ କରାଇଛନ୍ତି । କିନ୍ତୁ ଏହା ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ସେ ଦାବି କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ଜବାବରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ କହିଛନ୍ତି, ମାମଲାର ତଦନ୍ତ ସିବିଆଇ କଲେ ବି ତାଙ୍କର କୌଣସି ଆପତ୍ତି ନାହିଁ ।

By amfnews

Related Post