Wed. Dec 25th, 2024

ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ୍ ମସଜିଦରେ ଲଗାଇଲା ଲାଲ ରଙ୍ଗର ପତାକା

By amfnews Jan 5, 2020 #Featured
158 Views

ନୂଆଦିଲ୍ଲୀ: ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ମାରିବା ପରେ ଏବେ ଇରାନ୍ ଯୁଦ୍ଧ ମୁହାଁ ହୋଇଛି। ଏଥିସହ ପ୍ରତିଶୋଧ ନେବ ବୋଲି ଇରାନ୍ ରଣନୀତି ପ୍ରସ୍ତୁତ କରିଛି। ଗତକାଲି ରାତିରେ ଇରାକ ସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିବାକୁ ଯାଇ ଏଭଳି ଇଙ୍ଗିତ ଦେଇସାରିଛି। ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ୁଥିବା ବେଳେ ଇରାନ କୋମ ସହରର ଏକ ମସଜିଦରେ ଲାଲ ରଙ୍ଗର ପତାକା ଲଗାଇଛି। ଯାହାକି ଯୁଦ୍ଧ ପାଇଁ ଆହ୍ୱାନ କରିଛି ବୋଲି ଜଣାପଡ଼ିଛି।

ଇସଲାମିକ ଇତିହାସର ଏହା ପରମ୍ପରା ବୋଲି ଜଣାପଡ଼ିଛି। ଆରବ ଦେଶମାନଙ୍କରେ ମୁଖ୍ୟତଃ ଏହି ନିୟମ ପାଳନ କରାଯାଏ। ଯଦି ଶତ୍ରୁ ପକ୍ଷ ନିଜ ଦେଶର କୌଣସି ବ୍ୟକ୍ତିଙ୍କୁ ହତ୍ୟା କରିଛି, ତା’ହେଲେ ପ୍ରତିଶୋଧ ସ୍ୱରୂପ ହତ୍ୟାର ଶିକାର ବ୍ୟକ୍ତିର କବର ନିକଟରେ ଏକ ଲାଲା ପତାକା ଉଡ଼ାଯିବ। ଯାହାର ଅର୍ଥ ବଦଲା ନେବା। ଧର୍ମଗୁରୁ ମୌଲାନା କମାଲ ଏହି ସୂଚନା ଦେଇଛନ୍ତି।

ଗୁରୁବାର ବିଳମ୍ୱିତ ରାତିରେ ଇରାକର ବାଗଦାଦ ବିମାନବନ୍ଦରକୁ ଯାଉଥିଲେ ଇରାନର ମେଜେର ଜେନେରାଲ ସୁଲେମାନୀ। ଏହି ସମୟରେ ଆମେରିକା ସେନାର ଏୟାର ଷ୍ଟ୍ରାଇକ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଏବେ ସୁଲେମାନୀଙ୍କ ମୃତ୍ୟର ବଦଲା ନେବା ପାଇଁ ଗତକାଲି (ଶନିବାର) ଇରାନର କୋମ ସହରରେ ଥିବା ଜାମକରନ ମସଜିଦରେ ଲାଲ ପତାକା ଲଗାଇଛି ଇରାନ୍।

ସୂଚନାଯୋଗ୍ୟ, ସୁଲେମାନୀଙ୍କୁ ଏବେ କବର ଦିଆଯାଇନଥିବା ଜଣାପଡ଼ିଛି। ତା’ପୂର୍ବରୁ ମସଜିଦରେ ଲାଲ ପତାକା ଲଗାଇ ଇରାନ ଯୁଦ୍ଧ ପାଇଁ ଆହ୍ୱାନ କରିଛି।

ଏହାପୂର୍ବରୁ ଇରାକର କର୍ବୁଲା ସହରରେ ଇମାମ ହୁସେନଙ୍କୁ କବର ଦିଆଯାଇଛି। ତାଙ୍କ କବର ଉପରେ ଲାଲ ପତାକା ଲଗାଯାଇଛି। ଏଭଳି ଲାଲ ପତାକା ଲଗାଇବାର କାରଣ ହୁସେନଙ୍କୁ ହତ୍ୟା କରିଥିବା ହତ୍ୟାକାରୀର ବଦଲା ନେବା ପାଇଁ ହୁସେନ ଏବେ ଅପେକ୍ଷା କରାଯାଇଛି ବୋଲି ଧର୍ମଗୁରୁ ମୌଲାନା କମାଲ କହିଛନ୍ତି।

By amfnews

Related Post