Sun. Nov 24th, 2024

ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶକୁ ଗୁରୁତ୍ୱ ଦେଇ ୨୦୧୮-୧୯ ଆର୍ôଥକ ବର୍ଷରେ ସେଲ୍ର ୧୬ ମିଲିୟନ ଟନ୍ ଉତ୍ପାଦନ ଲକ୍ଷ୍ୟ ପାଇଁ ଉତ୍ପାଦନ ଓ ଉତ୍ପାଦକତା ମିଟିଂରେ ନିଷ୍ପତ୍ତି

By amfnews Nov 21, 2018 #Featured
163 Views

ରାଉରକେଲା, ୨୧ା୧୧: ଆଇଜିଏଚ୍କୁ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ସେଲ୍ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବ
ଦିଲ୍ଲୀ ଠାରେ ସେଲ୍ର ୫୮ତମ ବୈଠକ ଅନୁଷ୍ଠିତ ହୋଇ ଚଳିତ ଆର୍ôଥକ ବର୍ଷରେ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶକୁ ଗୁରୁତ୍ୱ ଦେବା ସହିତ ୧୬ ମିଲିୟନ ଟନ୍ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆର୍ଏସ୍ପିରେ ୩.୩୬ ମିଲିୟନ ଟନ୍ ଚଳିତ ଆର୍ôଥକ ବର୍ଷରେ ଉତ୍ପାଦନ କରିବ । ଗତବର୍ଷ ଶେଷ ଏବଂ ଚଳିତ ବର୍ଷ ଇସ୍କୋ, ଭିଲାଇର ବ୍ଲାଷ୍ଟ ଫର୍ଣ୍ଣେସ୍ ଖରାବ ହେବା, ବିଭିନ୍ନ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଧାର୍ଯ୍ୟ ଉତ୍ପାଦନ ହାସଲ କରିଯାଇପାରିଲା ନାହିଁ । ଏହାସତ୍ତେ୍ୱ ମିଳିତ ପ୍ରୟାସ ଯୋଗୁଁ ସେଲ୍ ଲାଭାର୍ଜନ ଦିଗରେ ଚାଲିଛି ।

ଆଧୁନିକୀକରଣ ପରେ ସେଲ୍ର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଛି । ନବନିଯୁକ୍ତ ସେଲ୍ ଅଧ୍ୟକ୍ଷ ଅନୀଲ ଚୌଧୁରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମିଳିତ ପ୍ରୟାସ ଯୋଗୁଁ ସେଲ୍ର ଲାଭାର୍ଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବୈଠକରେ ସିଆଇଟିୟୁ ତରଫରୁ ସାଧାରଣ ସମ୍ପାଦକ ତପନ ସେନ, ଏସ୍ଡବ୍ଲ୍ୟୁଏଫ୍ଆଇର ସାଧାରଣ ସମ୍ପାଦକ ପି.କେ. ଦାସ, ରାଉରକେଲାର ବସନ୍ତ ନାୟକ ସିଆଇଟିୟୁର କେନ୍ଦ୍ରୀୟ ନେତୃବୃନ୍ଦ ହିସାବରେ ବକ୍ତବ୍ୟ ରଖିଥିଲେ । ଶ୍ରୀ ସେନ ଓ ଶ୍ରୀ ଦାସ ଅନ୍ୟ ନେତୃବୃନ୍ଦଙ୍କ ସହ ୨୦୧୫ରେ ଗୋଟିଏ, ୨୦୧୭ରେ ଗୋଟିଏ ଓ ୨୦୧୮ରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମିଟିଂ ହେବାକୁ ନାପସନ୍ଦ କରିଥିଲେ ।

ଦୀର୍ଘଦିନ ଧରି ଏନ୍ଜେସିଏସ୍ ବୈଠକ ଡକାଯାଉ ନାହିଁ । ୧.୧.୧୭ରୁ ନୂତନ ମଜୁରୀ ଚୁକ୍ତିନାମା ହେବାକଥା । କିନ୍ତୁ ୨୧ ମାସ ପରେ ମଧ୍ୟ ଥରେ ହେଲେ ଏନ୍ଜେସିଏସ୍ ବୈଠକ ଡକାହେଲା ନାହିଁ । ନିକଟରେ ସେଲ୍ ଚେୟାରମ୍ୟାନ ଇସ୍କୋ ଠାରେ ୬ ହଜାର କୋଟି ଟଙ୍କା ସେଲ୍ର ଲାଭ ତଥା ମନ୍ତ୍ରୀଙ୍କ ସ୍ୱୀକୃତି ପରେ ଏନ୍ଜେସିଏସ୍ ନିର୍ଦ୍ଧାରଣକୁ ବିରୋଧ କରାଯାଇଥିଲା । ଅନ୍ୟ ଶିଳ୍ପରେ ମଜୁରୀ ଚୁକ୍ତିନାମା ସରିଛି ଏବଂ ଅନେକ ଶିଳ୍ପରେ ଆଲୋଚନା ଚାଲିଛି । ତେଣୁ ସେଲ୍ର ବେତନ ନିର୍ଦ୍ଧାରଣ ପାଇଁ ଏନ୍ଜେସିଏସ୍ ତୁରନ୍ତ ଡାକିବା ଓ ଚୁକ୍ତି ମୁତାବକ ସେଲ୍ ପେନ୍ସଲ୍ଲାଗୁ କରିବା ପାଇଁ ଦାବି କରାଯାଇଥିଲା । ଠିକା ଶ୍ରମିକମାନଙ୍କ ମଜୁରୀ ଚୁକ୍ତିନାମା ଓ ସବୁ ପ୍ଲାଣ୍ଟରେ ଏନ୍ଜେସିଏସ୍ ୟୁନିୟନମାନଙ୍କୁ ନେଇ ଉତ୍ପାଦନ ଓ ସୁରକ୍ଷା କମିଟି ଗଠନ କରିବା ପାଇଁ ଦାବି କରାଯାଇଥିଲା ।

ଉତ୍ତରରେ ସେଲ୍ ଚେୟାରମ୍ୟାନ ସମସ୍ତଙ୍କ ସହମତି ନେଇ ମଜୁରୀ ଚୁକ୍ତିନାମା ପାଇଁ ଏନ୍ଜେସିଏସ୍ ଡାକିବା ଓ ସେଲ୍ ପେନ୍ସନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ପେନ୍ସନ ଫଣ୍ଡ ଦେବାକୁ କହିଥିଲେ । ନୂତନ ଶ୍ରମିକଙ୍କ ପଦବୀ ପ୍ରସଙ୍ଗରେ ପ୍ରତି ୟୁନିୟରୁ ୨ ଜଣ ଲେଖାଏଁ ନେଇ ସବ୍କମିଟି ଗଠନ କରି ତର୍ଜମା କରାଯିବ । ବସନ୍ତ ନାୟକଙ୍କ ଆଇଜିଏଚ୍କୁ ସୁପର ସ୍ପେଶାଲିଟି ମେଡିକାଲ କଲେଜ ପ୍ରସଙ୍ଗରେ ଚେୟାରମ୍ୟାନ କହିଲେ ଯେ, ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ରାଉରକେଲାରେ ସୁପର ସ୍ପେଶାଲିଟି ମେଡିକାଲ କଲେଜ କରାଯିବ ।

ଏନ୍ବିସି ସହାୟତାରେ ବର୍ତ୍ତମାନ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ପ୍ରାୟ ୬ଟି ବିଭାଗ ଯଥା ହୃଦ୍ରୋଗ, ନେଫ୍ରୋଲୋଜି, ଗ୍ୟାଷ୍ଟ୍ରୋଲୋଜି, ବର୍ଣ୍ଣ ବିଭାଗ ଇତ୍ୟାଦି ଖୋଲାଯିବ । ଚଳିତ ବର୍ଷ ୧୦୦ ଜଣ ଡାକ୍ତରଙ୍କୁ ସେଲ୍ ନିଯୁକ୍ତି ଦେବ । ସମସ୍ତ ୟୁନିୟନ ଏକମତରେ ତୁରନ୍ତ ଦରମା ନିର୍ଦ୍ଧାରଣ ବୈଠକ ନ ଡାକିଲେ ଶ୍ରମିକମାନେ ଉତ୍ପାଦନ ପ୍ରକ୍ରିୟାରେ ସହଯୋଗ କରିବା ସମ୍ଭବ ହେବ ନାହିଁ । ସେଲ୍ ଚେୟାରମ୍ୟାନ ଏହାକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ସିଆଇଟିୟୁ ତରଫରୁ ଏସ୍.ପି. ଦେ, ସୁରେଶ କୁମାର, ଜଗଦିଶ, ଦୀପକ ଘୋଷ, ଆର୍.କେ. ଘଡେଇ, ସବିତା କୁମାରୀ ପ୍ରମୁଖ ଯୋଗ ଦେଇଥିଲେ ।

By amfnews

Related Post