Fri. Jan 24th, 2025

ସୁବ୍ରମଣ୍ୟମଙ୍କ ଟ୍ୱିଟକୁ ନେଇ ଅଡୁଆରେ କେନ୍ଦ୍ର ସରକାର, ମାଳଦ୍ୱୀପ ସହ ସମ୍ପର୍କରେ ତିକ୍ତତା

By amfnews Aug 28, 2018 #Featured
201 Views

ନୂଆଦିଲ୍ଲୀ, ଅଗଷ୍ଟ ୨୮:

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଏକ ଟ୍ୱିଟ୍ କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇ ଦେଇଛି । ସ୍ୱାମୀଙ୍କ ଏକ ଟ୍ୱିଟକୁ ନେଇ ଭାରତର ପ୍ରମୁଖ ସହଯୋଗୀ ଦେଶ ମାଳଦ୍ୱୀପ ଅସନ୍ତୁଷ୍ଠ ଅଛି । ଏହା ପରେ ମାଳଦ୍ୱୀପର ବୈଦେଶିକ ସଚିବ ଅହମ୍ମଦ ଶରୀର ଭାରତୀୟ ଉଚ୍ଚାୟୁକ୍ତ ଅଖିଲେଶ ମିଶ୍ରଙ୍କୁ ରବିବାର ଦିନ ସମନ ପଠାଇଛନ୍ତି ।

ସୂଚନାନୁସାରେ, ଅଗଷ୍ଟ ୨୪ ତାରିଖରେ ସ୍ୱାମୀ ଟ୍ୱିଟ୍ କରି ଯଦି ମାଳଦ୍ୱୀପ ନିର୍ବାଚନରେ କିଛି ଅନିୟମିତତା ହେଉଛି ତେବେ ଭାରତ ତାହା ଉପରେ ଆକ୍ରମଣ କରିବା ଉଚିତ୍ ବୋଲି କହିଥିଲେ । ସ୍ୱାମୀଙ୍କ ବୟାନଠାରୁ ଦୂରରେ ରହିଥିଲେ ଭାରତ ସରକାର । ଏହାକୁ ସ୍ୱାମୀଙ୍କର ବ୍ୟକ୍ତିଗତ ମତ କହିଥିଲା ବିଜେପି ।

ଏହି ଟ୍ୱିଟକୁ ନେଇ ଭାରତୀୟ ଉଚ୍ଚାୟୁକ୍ତଙ୍କ ପାଖରେ ଆପତି କରିଥିଲା ମାଳଦ୍ୱୀପ । ଏହା ସହ ସମନ ମଧ୍ୟ ଜାରି କରିଛି । ଆଗାମୀ ମାସରେ ମାଳଦ୍ୱୀପରେ ନିର୍ବାଚନ ହେବାକୁ ଥିବା ବେଳେ ତାହା ପୂର୍ବରୁ ଏହି ଟ୍ୱିଟ୍ ଦୁଇ ଦେଶର ସମ୍ପର୍କକୁ ସାମାନ୍ୟ ଆଘାତ ପହଁଚାଇଛି ।

ପରେ ସ୍ୱାମୀ ନିଜ ଟ୍ୱିଟ୍ ଉପରେ ସଫାଇ ଦେଇଛନ୍ତି । ଭାରତୀୟ ନାଗରିକଙ୍କୁ ମାଳଦ୍ୱୀପରେ ହେଉଥିବା ଅତ୍ୟାଚାର ବିରୋଧରେ ରକ୍ଷା କରିବା ପାଇଁ ସେ ଏପରି କହିଥିବା କହିଛନ୍ତି । ଏଥି ନିମନ୍ତେ ଆକ୍ରମଣ କରିବା ଜରୁରୀ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ କି, ଟ୍ୱିଟ୍ କରିବା ପରେ ସ୍ୱାମୀ ମାଳଦ୍ୱୀପର କ୍ଷୋଭକୁ ସାମ୍ନା କରିଥିଲେ । ଅକକୁ ନାମକ ଜଣେ ବ୍ୟକ୍ତି ନିଜ ସମସ୍ୟାକୁ ଆଗ ସୁଧାରିବା ନେଇ ସ୍ୱାମୀଙ୍କ ଟ୍ୱିଟରେ କମେଂଟ୍ କରିଥିଲେ । ମାଳଦ୍ୱୀପବାସୀ କାହାକୁ ଆକ୍ରମଣ କରିବା ପାଇଁ ସୁଯୋଗ ଦିଅନ୍ତି ନାହିଁ ଏବଂ ଭାରତୀୟଙ୍କୁ ଅନ୍ୟମାନଙ୍କ ବିଚାରକୁ ସମ୍ମାନ ଜଣାଇବା ଆବଶ୍ୟାକ ବୋଲି ସେ କହିଥିଲେ । ଏହା ପରେ ସ୍ୱାମୀ ନିଜ ଜବାବରେ ନିର୍ବାଚନରେ ଅନିୟମିତତା ନ କରିବା ସହ ୧୯୮୮ରେ ଭାରତୀୟ ସେନା ସାହାଯ୍ୟରେ ଦେଶବାସୀଙ୍କୁ ତାମିଲ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିଥିବା କହିଥିଲେ ।

By amfnews

Related Post