Wed. Mar 11th, 2026

ସୁନ୍ଦରଗଡ଼ ଡେଙ୍ଗୁ ଆତଙ୍କ; ୪୧ ଆକ୍ରାନ୍ତ

201 Views

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଜିଲ୍ଲାରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୧ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି। ତେବେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି।

ସୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ୩୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ତେବେ ସଂଧ୍ୟାରେ ୪୫ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୧୧ ଜଣଙ୍କର ଡେଙ୍ଗୁ ପଜିଟିଭ୍ ବାହାରିଥିଲା। ଫଳରେ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ କେବଳ କୁତ୍ରାର ଖତକୁରବାହାଲ୍‌ର ୩୯ ଜଣ ଅଛନ୍ତି। ଅନ୍ୟ ଦୁଇ ଜଣ ମସ୍‌ଜିଦ୍‌ ପଡ଼ା ଓ ବୀରମିତ୍ରପୁରର ବୋଲି ଜଣାପଡ଼ିଛି।

ଖତକୁରବାହାଲ୍‌ ଗାଁର ଜଣେ ବ୍ୟକ୍ତି ରାଜସ୍ଥାନର ଆଜମେରରୁ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା। ତାଙ୍କର ରକ୍ତ ପରୀକ୍ଷାରୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା। ତା’ ପରେ ଗାଁରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଡେଙ୍ଗୁ ସଂକ୍ରମିତ ଅଞ୍ଚଳକୁ ଯାଇ ସଫେଇ ଅଭିଯାନକୁ ତ୍ୱରାନିତ୍ୱ କରିଛନ୍ତି। ଏହାସହ ଜିଲ୍ଲାରେ ଡେଙ୍ଗୁ ସଚେତନତା ନେଇ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

By amfnews

Related Post