Wed. Dec 25th, 2024

ସୁନ୍ଦରଗଡ ଜିଲା ଉଷୁ କୃତି ପ୍ରତିଯୋଗୀଙ୍କ ସିଲଂ ଯାତ୍ରା

By amfnews Oct 9, 2018 #Featured
161 Views

ରାଉରକେଲା, ୮ା୧୦  : ଚଳିତ ଅକ୍ଟୋବର ମାସ ୧୦ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୨୭ତମ ସିନିୟର ଜାତୀୟ ସ୍ତରୀୟ ଉଷୁ ଚମ୍ପିୟନସିପ୍ ଆସାମ ରେଜିମେଣ୍ଟ ସେଣ୍ଟର, ସିଲଂ ମେଘାଳୟ ଠାରେ ଆୟୋଜିତ ହେବାକୁ ଯାଉଛି । ଉକ୍ତ ପ୍ରତିଯୋଗିତାରେ ଓଡିଶାରୁ ୨୦ ଜଣ ପୁରୁଷ ଓ ମହିଳାରେ ୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି ।

ମନୋନୀତ ଖେଳାଳୀ ଗତ ମାସ ୨୫ ତାରିଖରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଘୁମାସ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିଲେ । ମନୋନୀତ ପ୍ରତିଯୋଗୀଙ୍କ ମଧ୍ୟରେ ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନ ତରଫରୁ ରାଉରକେଲା ସୁରଭି ସ୍ପୋର୍ଟସ ସୋସାଇଟି ସେକ୍ଟର-୭ର ରତିକାନ୍ତ ମହାପାତ୍ର, ରାଜାପ୍ରଭୁ ପ୍ରଧାନ ଓ ଛେଣ୍ଡ ଶାଖାର ସୁଜନ କୁମାର ରଥ, ଆକାଶ ପୁରନ ପୁରୁଷ ବିଭାଗରେ ଏବଂ ମହିଳା ବିଭାଗରେ ତମନ୍ନା ମିଶ୍ରଙ୍କ ସମେତ ମୋଟ ୫ ଜଣ ଅଂଶଗ୍ରହଣ କରୁଥିବା ବେଳେ ଓଡିଶାରୁ ପ୍ରଦ୍ୟୁମ୍ନ ବେହେରା, ପୃଥ୍ୱୀରାଜ ହରିଚନ୍ଦନ ବିଚାରକ ଭାବେ ମନୋନୀତ ହୋଇଥିବା ବେଳେ ସୁଧାଂଶୁ ପଣ୍ଡା ଓ ଅନୁରାଧ ଦୋରା ପ୍ରଶିକ୍ଷକ ଭାବେ ଅଂଶଗ୍ରହଣ କରିବେ ବୋଲି ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନ ସମ୍ପାଦକ ଶରତ କୁମାର ଦାସ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନ ସଭାପତି ବିବେକ ଗୁପ୍ତା, ଉପସଭାପତି ନବନୀତ ସିଂ ଛାବ୍ରା, ଅମନପ୍ରୀତ ସିଂ, ଉଦୟନାଥ ମିଶ୍ର, ଦେବେନ୍ଦ୍ର ଜେନା ଓ ସମ୍ପାଦକ ଶରତ କୁମାର ଦାସ, ସହସମ୍ପାଦକ ସନ୍ତୋଷ କୁମାର ଭୂୟାଁଙ୍କ ସହ ଜିଲା ଶାଖା ପ୍ରଶିକ୍ଷକ ଜୁଲମୁ ଜିତେନ୍ଦ୍ର, ଅଜୟ ଲାକ୍ରା, ନିକି କୁମାରୀ, ସମୀର ମିଞ୍ଜ, ଏମ୍ଡି ଆବିଦ, ସୁଶାନ୍ତ ବେହେରା କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

By amfnews

Related Post