Sun. Mar 8th, 2026

ସୁନାଚେନ୍‌ ଲୁଟ୍‌ ଉଦ୍ୟମ, ୨ଲୁଟେରା ଗିରଫ

273 Views

ଧର୍ମଶାଳା, ନଭେମ୍ବର ୨୨ : ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟି ଚମ୍ପଟ ମାରିବା ବେଳେ ଧରାପଡିଛନ୍ତି ୨ଜଣ ଲୁଟେରା। ପୁଲିସ ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ବାଇକ୍‌କୁ ଜବତ କରିଛି।ଧର୍ମଶାଳା ଥାନା ଜାରକା ବଜାର ନିକଟ ପଣ୍ତୁଆ ମୈାଜାରେ ରହୁଥିବା ସୁକାନ୍ତ ସ୍ବାଇଁଙ୍କ ପତ୍ନୀ ଅର୍ଚ୍ଚନା ସ୍ବାଇଁ ଆଜି ସକାଳେ ପଞ୍ଚୁକ ପାଇଁ ଚଉଁରା ମୂଳେ ମୁରୁଜ ପକାଉଥିଲେ।

ସ୍ଥାନୀୟ ଚୋରମୁହାଁ ଗ୍ରାମର ଶେଷଦେବ ଦାସ ଓ ଭୁବନ ଗ୍ରାମର ମୁରଲୀଧର ନାୟକ ଏକ ପଲସର ବାଇକ୍‌ (ନ˚ଓଆର୦୪ଏଲ୍‌-୧୭୮୮)ରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ଅର୍ଚ୍ଚନା ଚିତ୍କାର କରିବା ସହିତ ସେମାନଙ୍କ ପଛରେ ଗୋଡାଇଥିଲେ। ଏହା ଦେଖି ନିକଟସ୍ଥ ଲୋକମାନେ ଉଭୟ ଲୁଟେରାଙ୍କୁ କାବୁ କରିନେଇଥିଲେ। ପରେ ଲୁଟେରା ଦ୍ବୟଙ୍କୁ ପୁଲିସ ଜିମା ଦିଆଯାଇଛି। ପୁଲିସ କେସ ନମ୍ବର ୪୪୭/୧୮ରେ ମାମଲା ରୁଜୁକରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିବା ସହ ମଟର ସାଇକେଲକୁ ଜବତ କରିଛି।

By amfnews

Related Post