143 Views
ଭୁବନେଶ୍ୱର, ଡିସେମ୍ବର ୧୯ : ଅପରାଧୀଙ୍କ ଆଡ୍ଡା ପାଲଟିଲାଣି ରାଉରକେଲା । ରାଉରକେଲାରେ ପୁଣି ଗୁଳିକାଣ୍ଡ କରି ଲୁତିନେଲେ ସୁନା ଗହଣା । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁନା ଦୋକାନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।
ଶୁକ୍ରବାର ରାତିରେ ଏସ୍ ଟିଆଇ ଫ୍ଲାଏ ଓଭର ପାଖରେ ସୁନା ଦୋକାନ କର୍ମଚାରୀ ସରୋଜ ସାହୁଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ ।ସରୋଜଙ୍କ ପେଟ ଓ ମୁଣ୍ଡରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ IGHରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ନାମ ସରୋଜ ସାହୁ ବୋଲି ଜଣାପଡ଼ିଛି । ଘଟଣାସ୍ଥଳର ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ସରୋଜଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।