Mon. Jun 9th, 2025

ସୀମାରେ ଚୀନ ବଢ଼ାଉଛି ଶକ୍ତି, ତିବ୍ଦତ ସୀମାରେ ନିର୍ମାଣ କରୁଛି ୩ ନୂଆ ବିମାନ ଘାଟୀ

By amfnews Feb 14, 2019 #Featured
338 Views

ନୂଆଦିଲ୍ଲୀ: ତିବ୍ଦତ ସୀମାରେ ଡୋକଲାମ୍‌ ଠାରେ ଭାରତ-ଚୀନ ସେନା ମୁହାଁମୁହିଁ ପରିସ୍ଥିତି ପରେ ଚୀନ ସୀମାନ୍ତରେ ଶକ୍ତିବୃଦ୍ଧି କରୁଥିବା ଜଣାପଡ଼ିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଚୀନର ପିପୁଲ୍ସ ଲିବରେସନ ଆର୍ମିର ପଶ୍ଚିମ କମାଣ୍ଡ ତିବ୍ଦତରେ ଥିବା ସେନାକ୍ୟାମ୍ପଗୁଡ଼ିକୁ କ୍ରମାଗତ ଭାବେ ଶକ୍ତିଶାଳୀ କରୁଥିବା ସୂଚନା ମିଳିଛି।

ତିବ୍ଦତରେ ଥିବା ଗୋନ୍‌ଗା ବେସାମରିକ ବିମାନ ବନ୍ଦରକୁ ଚୀନ ନବୀକରଣ କରୁଥିବା ଜଣାଯାଇଛି। ଏହି ବିମାନ ବନ୍ଦର ଭାରତୀୟ ସୀମାଠାରୁ ଖୁବ୍‌ କମ୍‌ ଦୂରତାରେ ରହିଛି।

ସୂଚନା ଅନୁସାରେ, ତିବ୍ଦତରେ ବୁରାଙ୍ଗ, ଲୁେଓ୍ଵ ଏବଂ ଟିଙ୍ଗ୍ରିରେ ନୂତନ ବିମାନଘାଟୀ ନିର୍ମାଣ କରିବାକୁ ଚୀନ୍‌ ଯୋଜନା କରୁଥିବା ଜଣାପଡ଼ୁଛି।ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୨୧ ସୁଦ୍ଧା ଏହିସବୁ ବିମାନଘାଟୀରେ କାମ ଶେଷ କରିବା ଲାଗି ଚୀନ ସରକାର ୨.୬ ବିଲିୟନ୍‌ ଆମେରିକୀୟ ଡଲାରର ବ୍ୟୟ ବରାଦ କରିଛନ୍ତି।

ଭାରତୀୟ ସେନାର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି କି ତିବ୍ଦତରେ ଚୀନ ପକ୍ଷରୁ ନିର୍ମାଣ କରାଯାଉଥିବା ପ୍ରକଳ୍ପ ଉପରେ ଭାରତ ନଜର ରଖିଛି।

ଏହା ମଧ୍ୟ ସୂଚନା ରହିଛି ଯେ ତିବ୍ଦତ ସୀମାରେ ଚୀନ ଅତ୍ୟାଧୁନିକ ୬୨୨ ମିସାଇଲ୍‌ ବ୍ରିଗେଡ୍‌ ମଧ୍ୟ ମୁତୟନ କରିଛି।

By amfnews

Related Post